ଗୋଟିଏ ଗ୍ଲାସ୍ ପାଣିରେ କାଶ୍ମୀର ପରି ଲାଗିବ ଥଣ୍ଡା
ଘରର ଯେକୌଣସି ସ୍ଥାନରେ ଥଣ୍ଡା ପବନ ପାଇବାକୁ ଏହା ଉତ୍ତମ ବିକଳ୍ପ । ଏହାକୁ ୫୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କିଣାଯାଇପାରିବ । ଘରର ଯେକୌଣସି ସ୍ଥାନରେ ଥଣ୍ଡା ପବନ ପାଇବାକୁ ଏହା ଉତ୍ତମ ବିକଳ୍ପ । ଏହାକୁ ୫୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କିଣାଯାଇପାରିବ ।ଖରା ଦିନ ଆରମ୍ଭ ହୋଇ ସାରିଛି । ଅପରାହ୍ନରେ ମଧ୍ୟ ପ୍ରବଳ ଗରମ ହେଉଛି । ଫ୍ୟାନ୍, ଏସି ଓ କୁଲର ଘରେ ପ୍ରବଳ ମାତ୍ରରେ ମଧ୍ୟ ଚାଲିଛି । କିନ୍ତୁ ସବୁ ସ୍ଥାନରେ ଥଣ୍ଡା ପବନ ପାଇବା କଷ୍ଟକର ହୋଇଯାଏ ।ରୋଷେଇ ଘରେ ହେଉ କିମ୍ବା ଘରର ଯେକୌଣସି ସ୍ଥାନରେ କାମ କରନ୍ତୁ । ସେଠାରେ ଟିକେ ଥଣ୍ତା ପବନ ପାଇବା କଷ୍ଟକର ହୋଇଯାଏ ମଧ୍ୟ । ବଜାରରେ ବହୁତ ବଡ଼ ବଡ଼ ଏସି ଅଛି, କିନ୍ତୁ ବଜାରକୁ ଏମିତି ଏକ ଏସି ଆସିଛି ଯାହା ବହୁତ ଛୋଟ । ଆସନ୍ତୁ ଜାଣିବା ଏହି ପୋର୍ଟେବଲ୍ ଏୟାର କଣ୍ଡିସନ୍ର ବିଷୟରେ ।ଯଦି ଆପଣ ଏକ ପୋର୍ଟେବଲ୍ କୁଲିଂ ଡିଭାଇସ୍ ଖୋଜୁଛନ୍ତି ଏବଂ କମ୍ ପଇସାରେ, ତେବେ ଏହି ପୋର୍ଟେବଲ୍ କୁଲିଂ ଏସି ଯାହା ଉତ୍ତମ ବିକଳ୍ପ ହୋଇପାରିବ ।ସ୍ୱଳ୍ପ ମୂଲ୍ୟର ପୋର୍ଟେବଲ୍ ମିନି କୁଲର୍ କିଛି ମିନିଟ୍ ମଧ୍ୟରେ ଏକ ଘରକୁ ମଧ୍ୟ ଥଣ୍ଡା କରିପାରିବ । ଆଜି ଆମେ ଆପଣଙ୍କୁ ଏହି ଶସ୍ତା ଓ ଭଲ ପୋର୍ଟେବଲ୍ କୁଲର୍ ବିଷୟରେ କହିବାକୁ ଯାଉଛୁ …ପାଠ ପଢିବା ସମୟରେ ହେଉ କିମ୍ବା କାମ କରିବା ସମୟରେ ଏହି ମିନି ଏସି ସବୁଠାରୁ ଭଲ ବୋଲି ପ୍ରମାଣିତ ହୋଇଛି । ଏହାକୁ ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନ୍ରୁ କିଣାଯାଇପାରିବେ । ଏହାର ମୂଲ୍ୟ ୫୦୦ରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାକୁ ବିଭିନ୍ନ ଡିଜାଇନ୍ ଓ ଆକୃତିରେ ମଧ୍ୟ କିଣାଯାଇପାରିବେ ।ଏଥିପାଇଁ ଆପଣଙ୍କୁ ବରଫ ଓ ପାଣି ବ୍ୟବହାର କରିବାକୁ ପଡିବ । କେବଳ ଏହା ମାଧ୍ୟମରେ ଥଣ୍ଡା ପବନ ପାଇପାରିବେ । ପାଠ ପଢିବା ଟେବୁଲ୍ କିମ୍ବା ଅଫିସ୍ ଟେବୁଲରେ କାମ କରୁଥିବା ଲୋକଙ୍କ ପାଇଁ ଏକ ଉତ୍ତମ ଉପକରଣ ବୋଲି କୁହାଯାଉଛି ।