ସବୁଦିନ ପରି ସେଦିନ ମଧ୍ୟ ପଡୋଶୀ ଯାଇଥିଲେ ଦୋକାନକୁ ସଉଦା ଆଣିବାକୁ । ହେଲେ ସଉଦା ଦୋକାନ ବନ୍ଦ ରହିଥିଲା । ଏହା ଦେଖି ପଡୋଶାୀ ଫୋନ କଲେ ପଡୋଶୀଙ୍କୁ । ହେଲେ ପଡୋଶୀ ଫୋନ ନ ଉଠାଇବାରୁ ତାଙ୍କ ଘରକୁ ଧାଇଁ ଯାଇଥିଲେ ଫୋନ କରିଥିବା ଥିବା ସେଇ ପଡୋଶୀ ଜଣଙ୍କ । କିନ୍ତୁ ସେଠାର୍ ଯାହା ଦେଖିଥିଲେ ତାହେ ଦେଖି ତାଙ୍କ ହୋସ ଉଡିଯାଇଥିଲା । ହଁ ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯ।ହାକୁ ଶୁଣି ଆପଣ ଏହା ଏକ କାବାଣୀ ବୋଲି ମନେ କରି ପାରନ୍ତି । କିନ୍ତୁ ଏଠାରେ ଆମେ ଆପଣ ମାନଙ୍କୁ କହୁଛୁ ଏ ଘଟଣାଟି ପ୍ରଥମ ଥର ଭାରତରେ ଘଟିଥିବାବେଳେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ହଁ ଆଜ୍ଞା ବରଗଛର ଓହଳ ପରି ଘର ସାରା ୧୧ ପରିବାର ସଦସ୍ୟଙ୍କ ଶବ ଝୁଲୁଥିଲା। ସମସ୍ତଙ୍କ ହାତ, ଗୋଡ଼ ବନ୍ଧା ହୋଇଥିବା ବେଳେ ଆଖି ଓ କାନରେ ପଟି ପଡ଼ିଥିଲା। ଯେପରିକି ଘରେ ପୂଜା ପାଠର ପରିବେଶ ସୃଷ୍ଟି କରାଯାଇଥିଲା। ତେବେ ସୂଚନା ଅନୁସାରେ ଏ ସମସ୍ତ ଶବ ଗୋଟିଏ ପରିବାରର ହୋଇଥିବା ବେଳେ ଏହା ପଛର ସତ୍ୟତା ଏପର୍ଯ୍ୟନ୍ତ ପ୍ରଶ୍ନ ବାଚୀ ହୋଇ ରହିଯାଇଛି । ତେବେ ଏ ହତ୍ୟାକାଣ୍ଡ 2018 ମସିହା ଦିଲ୍ଲୀରେ ଘଟିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଫଇସଲା ହୋଇନଥିବାର ସୂଚନା ମିଳିଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚଳ ଚଞ୍ଚଳ ସୃଷ୍ଟି ହୋଇଛି ।