ଦୁଇ ଆହତ, 3 ଜଣ ଗିରଫ ଭଦ୍ରକ ଜିଲ୍ଲା ଚରମ୍ପା ସ୍କୁଲରୋଡ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହେବା ସହ ଶସ୍ତ୍ର ରେ ଆକ୍ରମଣ ଉଦ୍ୟମବେଳେ ହାତରେ ବୋମା ମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ଛାନଭିନ ଆରମ୍ଭ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଏହି ବୋମା ମାଡ଼ ହୋଇଥିବାର ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।ଜଣେ ଯୁବକଙ୍କୁ ତାଙ୍କ ଘରେ ପଶି ଅନ୍ୟ ଯୁବକମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ବୋମା ମାଡ଼ବେଳେ ରାସ୍ତା ପାଖରେ ନିଜ ଘର ଫାଟକ ଆଗରେ ଛିଡା ହୋଇଥିବା ଜଣେ ନାବାଳିକା ଓ ଜଣେ ବୃଦ୍ଧ ଆହତ ହୋଇଥିଲେ।