• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜନ୍ମ ସମୟରେ ଛୁଆର ପେଟରେ ଥିଲା ଆଉ ଏକ ଛୁଆ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଏ ସଂସାରରେ ଅନେକ ରୋଚକ ଘଟଣା ସାମ୍ନାକୁ ଆସିଥାଏ । କୁହାଯାଏ ‘ବିଧିର ବିଧାନ କିଏ କରିବ ଆନ’ । ସୃଷ୍ଟିର ଜନ୍ମ ଅଛି ମାନେ ମୃତ୍ୟୁ ମଧ୍ଯ ସୁନିଶ୍ଚିତ । କେହି ଏହାକୁ ଟାଳି ପାରନ୍ତି ନାହିଁ । ମାତ୍ର ଏ ରୋଚକ ଘଟଣା ଶୁଣିଲେ ଆପଣଙ୍କ ମଧ୍ଯ ଉଡିଯିବ ହୋଶ୍ । ଭାବନ୍ତୁ, ଜଣେ ମା’ର ପେଟରେ ଗୋଟିଏ ଛୁଆ ଅଛି ଓ ସେହି ଛୁଆର ପେଟରେ ମଧ୍ଯ ଆଉ ଏକ ଛୁଆ ଜନ୍ମ ହେବା ପାଇଁ ବ୍ଯାକୁଳ ହେଉଛି । ଶୁଣିକି ବିଶ୍ୱାସ ନ ହେଲେ ମଧ୍ଯ ଏ ଘଟଣା ପୂରା ସତ । ପ୍ରକାଶଥାଉ ଯେ, ବୁଲଢାଣା ଜିଲ୍ଲାରେ ଏଭଳି ଏକ ଚମତ୍କାରୀ ପ୍ରସବ ଦେଖିବାକୁ ମିଳିଛି ।ଏଠାରେ ଜଣେ ମହିଳାଙ୍କ ପେଟରେ ଛୁଆ ଥିଲା ଓ ସେହି ଛୁଆ ପେଟରେ ମଧ୍ଯ ଆଉ ଏକ ଛୁଆ ବିକଶିତ ହେଉଥିଲା । ଏହି ଘଟଣା କୌଣସି ସିନେମାର ଅଂଶ ନୁହେଁ, ବରଂ ବାସ୍ତବତାର ପ୍ରତୀକ । ଏହି ମାମଲା ଜଣେ ୩୨ ବର୍ଷୀୟ ମହିଳାଙ୍କ । ଯିଏ ପୂର୍ବରୁ ମଧ୍ଯ ଦୁଇ ସନ୍ତାନର ଜନନୀ । ମହିଳା ଜଣକ ଯେତେବେଳେ ନିଜର ସୋନୋଗ୍ରାଫି ପାଇଁ ଡାକ୍ତରଖାନା ଆସିଥିଲେ, ସେହିସମୟରେ ଡାକ୍ତର ଯାହା ଦେଖିଥିଲେ ତାହାକୁ ବିଶ୍ୱାସ କରି ପାରି ନଥିଲେ । ସେମାନେ ମଧ୍ଯ ଆଚମ୍ୱିତ ହେବା ସହ ହୋଇଥିଲେ ଆଶ୍ଚର୍ଯ୍ୟ । ଏଭଳି ଘଟଣାକୁ ମେଡିକାଲ ଭାଷା ବା ଚିକିତ୍ସା ବିଜ୍ଞାନ ଭାଷାରେ ‘ଫିଟସ୍ ଇନ ଫିଟୁ'(Fetus in fetu) କୁହାଯାଏ । ପ୍ରକାଶଥାଉ ଯେ ଏଭଳି ଘଟଣା ୫ ଲକ୍ଷ ଗର୍ଭବତୀ ମହିଳାଙ୍କ ମଧ୍ଯରୁ ଜଣଙ୍କଠାରେ ଦୃଷ୍ଟିଗୋଚର ହୋଇଥାଏ । ଯାହା ବେଶ୍ ଦୁର୍ଲ୍ଲଭ ଘଟଣା ମଧ୍ଯ । ଫିଟସ୍ ଇନ ଫିଟୁର ଅର୍ଥ ହେଉଛି ଗୋଟିଏ ଛୁଆର ପେଟରେ ଆଉ ଏକ ଛୁଆ ବଢୁଥିବ ବା ବିକଶିତ ହେଉଥିବ । ଏହା ବେଶ୍ ଅସାଧାରଣ ଓ ଅଦ୍ଭୂତ ମଧ୍ଯ । କାରଣ ସାଧାରଣତଃ ଏଭଳି ବହୁତ କମ୍ ହୋଇଥାଏ ।
ଡାକ୍ତରଙ୍କ କହିବାନୁସାରେ, ଏଭଳି ଛୁଆର ଜନ୍ମ ସମୟରେ ଅନେକ ଶାରୀରିକ ସମସ୍ଯା ଉଭା ହୋଇପାରେ । ଯାହା ଛୁଆର ଜୀବନ ପାଇଁ ମଧ୍ଯ ବେଶ୍ ବିପଦ ଥାଏ ।

Leave a Reply

Your email address will not be published. Required fields are marked *