• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜଳୁଛି ହରଭଙ୍ଗା ଗ୍ରାମ୍ୟ ଜଙ୍ଗଲ ଜଳି ଯାଉଛି ବହୁ ମୂଲ୍ୟବାନ ବୃକ୍ଷଲତା

Spread the love

ଗ୍ରାମ୍ୟ ଜଙ୍ଗଲ ରେ ଲାଗିଛି ନିଆଁ । ନିଆଁ ରେ ଜଳି ଯାଉଛି ବହୁ ମୂଲ୍ୟବାନ ବୃକ୍ଷଲତା । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ହରଭଙ୍ଗା ଗ୍ରାମ୍ୟ ଜଙ୍ଗଲ ରେ କାଲି ଠାରୁ ଲାଗିଛି ନିଆଁ । ସୂଚନା ମୁତାବକ ଗତକାଲି ରାତିରୁ ଜଳୁଛି ହରଭଙ୍ଗା ଗ୍ରାମ୍ୟ ଜଙ୍ଗଲ । ଆଜି ସକାଳୁ ଜଙ୍ଗଲ ସାରା ନିଆଁ ବ୍ୟାପି ଯାଇଥିବା ବେଳେ ନିଆଁ ରେ ଜଳି ଯାଇଛି ବହୁ ମୂଲ୍ୟବାନ ଗଛ ଲତା ଓ ଔଷଧୀୟ ବୃକ୍ଷ । ଜଙ୍ଗଲ ରେ ସମସ୍ତ ଛୋଟ ଯିବଜନ୍ତୁ ଇତସ୍ତତଃ ପଳାୟନ କରୁଥିବା ଦେଖିବାକୁ ମିଳିଥିବା ବେଳେ ନିଆଁ ଜଙ୍ଗଲ ସାରା ବ୍ୟାପି ବାରେ ଲାଗିଛି । କିଛି ଦୃଭୁକ୍ତ ଜଙ୍ଗଲ ରେ ନିଆଁ ଲଗାଇ ଦେଇଥିବା ବେଳେ ବନବିଭାଗ କୁ କାଲି ଠାରୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ ବି ନିଆଁ କୁ ଆୟତ୍ତ କରିବାରେ ଫେଲ ମାରିଛି ବିଭାଗ । ଅନ୍ୟପଟେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ହରଭଙ୍ଗା ବିଟ ର ବନ କର୍ମଚାରୀ ଓ ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ନିଆଁ କୁ ଆୟତ୍ତ କରିବାରେ ଫେଲ ମାରିଛି ବନ ବିଭାଗ ଯାହାଫଳରେ ଜଙ୍ଗଲ ସାରା ନିଆଁ ବ୍ୟାପି ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଜଙ୍ଗଲ ନିଆ ପାଇଁ ଅଞ୍ଚଳ ର ତାପମାତ୍ରା ବୃଦ୍ଧି ଘଟୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Leave a Reply

Your email address will not be published. Required fields are marked *