• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜାଣନ୍ତୁ ଅବସର ନେଇ କ’ଣ ରହିଛି ଧୋନିଙ୍କ ଯୋଜନା

Spread the love

ମହେନ୍ଦ୍ର ସିଂ ଧୋନି ଚଳିତ ବର୍ଷ ଆଇପିଏଲରୁ ଅବସର ନେଉଥିବା ନେଇ ଲାଗି ରହିଥିବା ଗୁଜବ ଉପରୁ ନିଜେ ପରଦା ହଟାଇଛନ୍ତି । ରାଜ ଶମାନୀଙ୍କ ପୋଡକାଷ୍ଟ ସାକ୍ଷାତକାରରେ ଧୋନି କହିଛନ୍ତି ସେ ଏହି ସିଜିନରେ ଆଇପିଏଲ୍ ଛାଡୁ ନାହାନ୍ତି। ତାଙ୍କୁ ଏବେ ୪୩ ବର୍ଷ ହୋଇଛି। ଆଇପିଏଲର -୨୦୨୫ ସିଜିନ୍ ଶେଷ ବେଳକୁ ତାଙ୍କୁ ୪୪ ବର୍ଷ ହେବ। ତେବେ ୪୪ ବର୍ଷରେ ସେ ୮ ମାସ ନିଜ ଶରୀରର ଫିଟ୍‌ନେସ ପାଇଁ ଦେବି। ୪୪ ବର୍ଷରେ ସେ ଖେଳିପାରିବେ କି ନା ତାହା ଜଣା ପଡିବ। ପରବର୍ତ୍ତୀ ସମୟରେ ସେ ଖେଳିବେ କି ଅବସର ନେବେ ତାହା ସ୍ପଷ୍ଟ କରିବେ। ଏବେ ସେନେଇ ନିଷ୍ପତ୍ତି ନେବାକୁ ଯଥେଷ୍ଟ ସମୟ ଥିବା କହିଛନ୍ତି ମାହି।ସୂଚନାଯୋଗ୍ୟ- ଚେପକରେ ସିଏସକେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଦେଖିବା ପାଇଁ ଧୋନିଙ୍କ ବାପାମାଆ ଷ୍ଟାଡିୟମରେ ପହଞ୍ଚିଥିଲେ। ଯେଉଁଠୁ ଶୁଣିବାକୁ ମିଳୁଥିଲା ଧୋନି ଖୁବ୍‌ ଶୀଘ୍ର ଆଇପିଏଲରୁ ଅବସର ନେଇ ପାରନ୍ତି। ଏମିତିକି ଧୋନି ସେଦିନ ଅବସର ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ମ୍ୟାଚ୍ ପରେ ସେନେଇ କୌଣସି ଘୋଷଣା କରିନଥିଲେ ମାହି।
ମ୍ୟାଚ୍ ଶେଷ ପରେ କୋଚ୍ ଷ୍ଟିଫେନ ଫ୍ଲେମିଂଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ ଅବସର ନେଇ ଧୋନିଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ସେନେଇ ମୁଁ ଜାଣିନାହିଁ।ଧୋନି ଚଳିତ ସିଜନ୍‌ରେ ପ୍ରଭାବ ପକାଇପାରି ନାହାନ୍ତି, ୪ ଟି ମ୍ୟାଚ୍ ଖେଳି ଧୋନି ମାତ୍ର ୬୭ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ଶନିବାର ମ୍ୟାଚରେ ୨୬ ବଲରେ ମାତ୍ର ୩୦ ରନ୍ କରିଛନ୍ତି। ସେପଟେ ଅବସର ଗୁଜକୁ ନେଇ ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି ୨୦୨୩ ରେ ଧୋନି ଅବସର ନେବାର ଥିଲା। ଯେତେବେଳେ ସେ ଆଇପିଏଲ ଟ୍ରଫି ଜିତିଥିଲେ।

Leave a Reply

Your email address will not be published. Required fields are marked *