• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜାତୀୟ ଗ୍ରନ୍ଥାରିକା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

ByOdishri Khabar

Aug 3, 2025
Spread the love

ଭୁବନେଶ୍ବର, ପାଠାଗାର ଏବଂ ସୂଚନା ବିଜ୍ଞାନ ଫୋରମ ଓଡିଶା” ତରଫରୁ ଜାତୀୟ ଗ୍ରନ୍ଥାରିକ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଉଛି . ଏହା ଏକ ୱେବ ଆଧାରିତ ପାଠାଗାର ପେସାଦାର ଫୋରମ ଯାହାକି ୨୫ ତାରିଖରେ ଭୁବନେଶ୍ୱର ରୁ ଆରମ୍ଭ ହୋଇ ଏକ ସର୍ବ ଭାରତୀୟ ଫୋରମ ଭାବରେ ଖ୍ୟାତି ଲାଭ କରିଛି .ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପାଠାଗାର ର ଜନକ ପଦ୍ମଶ୍ରୀ ଡ. ଶିଆଳି ରାମମିତ୍ର ରଙ୍ଗନାଥାନ ଙ୍କ ୧୩୩ ତମ ଜନ୍ମ ବାର୍ଷିକୀ ୧୨ ତାରିଖ ,ସନ୍ଧ୍ୟା ୭.୦୦ ତା ରେ ଅନ୍ ଲାଇନ ମୋଡ଼ ରେ ପାଳନ କରାଯିବ . ଏହି ଉପଲକ୍ଷେ ଫୋରମ ତରଫରୁ ୮ ତାରିଖ ସନ୍ଧ୍ୟା ୮ ଟା ସମୟ ରେ ପାଠାଗାର ଏବଂ ସୂଚନା ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନ ଲାଇନ କଇଜ଼ ପ୍ରତିଯୋଗିତାର ଆୟୋଜନ କରାଯାଉଛି .ଏହି ବର୍ଷ ଠାରୁ ପ୍ରଥମକରି ନିୟମିତ ଭାବରେ ନ୍ୟୁନତମ ଦଶ ବର୍ଷ କାର୍ଯ୍ୟ କରିଥିବା ଗ୍ରନ୍ଥାଗାରୀକ ମାନଙ୍କ ପାଇଁ “ଅଚ୍ୟୁତା ନନ୍ଦ – ସୁବର୍ଣ୍ଣଲତା ସାହୁ ଉତ୍କୃଷ୍ଠ ଗ୍ରନ୍ଥାରିକ ପୁରସ୍କାର ” ର ଆୟୋଜନ କରା ଯାଉଛି . ଫୋରମ ର ଜନ୍ମ ବାର୍ଷିକୀ ଉତଛବ ରେ ଶ୍ରୀମତୀ ଅନୁଜ ତାରିଣୀ ମିଶ୍ର ,ଓଏସ , ଓଏସଡି ,ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ,ଭୁବନେଶ୍ୱର ସାନମାନିତା ଅତିଥି , ଡ. ନାରାୟଣ ଚନ୍ଦ୍ର ଘୋଷ ,ଗ୍ରନ୍ଥାଗାରୀକ ,ଜାତୀୟ ପ୍ରବନ୍ଧନ ସଂସ୍ଥାନ , କୋଲକାତା ମୁଖ୍ୟ ବକ୍ତା ଏବଂ ଫୋରମ ର ପ୍ରତିଷ୍ଠାତା ଡ୍ର. ସୁନୀଲ କୁମାର ଶତପଥି ମୁଖ୍ୟ ପରିଚାଳକ ଭାବରେ ଯୋଗ ଦେବାର କାର୍ଯ୍ୟକର୍ମ ରହିଛି.

Leave a Reply

Your email address will not be published. Required fields are marked *