ଫୁଲନଖରା ଅନ୍ତର୍ଗତ ଅନନ୍ତପୁର ସ୍ଥିତ ବ୍ରହ୍ମାକୁମାରୀ ବିଶ୍ଵଶାନ୍ତି ସରୋବର ଠାରେ ପବିତ୍ର ଆଧ୍ୟ୍ୟତ୍ମିକ ରକ୍ଷାବନ୍ଧନ ଉପଲକ୍ଷେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ କଟକ ଝାଞ୍ଜିରମଙ୍ଗଳା ଆଶ୍ରମର ବ୍ରହ୍ମାକୁମାରୀସି ଡାଇରେକ୍ଟର ଡ଼ ରାଯଯୋଗିନୀ କମଲେଶ ଦିଦିଜୀ ଉପସ୍ଥିତ ରହି ରାକ୍ଷୀ କାହିଁକି ଭାଇ ହାତରେ ଭଉଣୀ ବାନ୍ଧେ ସେ ବିଷୟରେ ନିଜର ବହୁମୂଲ୍ୟ ମତ ଭାଇ ଭଉଣୀ ଙ୍କୁ ବୁଝାଇଥିଲେ,ଅନନ୍ତପୁର ଆଶ୍ରମର ଆଡିଶନାଲ ଡାଇରେକ୍ଟର ରାଜଯୋଗିନୀ ସୁଲୋଚନା ଦିଦିଜୀ ରକ୍ଷାବନ୍ଧନ ପୂର୍ବରୁ ବିସ୍ତୁତ୍ୱ ବିବରଣୀ ପାଠ କରିଥିଲେ,ନିଜ ନିଜ ଭିତରେ ଭାତୃତ୍ୱ ଭାବ ଜାଗ୍ରତ କରିବା ପାଇଁ ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧାପୂର୍ଣ୍ଣ ବାତାବରଣ ସୁଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ,ଏହି ଉପଲକ୍ଷେ 200 ରୁ ଉର୍ଦ୍ଧ ଭାଇ ଭଉଣୀଙ୍କ ହାତରେ ରାକ୍ଷୀ ବନ୍ଧାଯାଇ ପବିତ୍ର ସମ୍ପର୍କ କୁ ଦୃଢ କରାଯାଇଥିଲା,ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ,ଶିକ୍ଷାବିତି,ବୃଦ୍ଧିଜୀବି ଙ୍କ ସହ ଆଶ୍ରମର ଭଉଣୀ ବ୍ରହ୍ମ କୁମାରୀ ତ୍ରିବେଣୀ,ବ୍ରହ୍ମ କୁମାରୀ ସିପ୍ରା,ବ୍ରହ୍ମ କୁମାରୀ ଦେବସ୍ମିତା,ଭ୍ରାତା ବ୍ରହ୍ମ କୁମାର ଗୋପାଳ ଭାଇଙ୍କ ସହ ଆଶ୍ରମର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,