• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁନାବେଡ଼ା ପୌର ପରିଷଦର ମାସିକ ବୈଠକ ବାତିଲ

ByOdishri Khabar

Aug 1, 2025
Spread the love

କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦର କାଉନସିଲର ମାସିକ ବୈଠକ ବାତିଲ ହେବା ଘଟଣା ସ୍ଥାନୀୟ ପାରିଷଦମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହି ବୈଠକ ବାତିଲର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନ ଦିଆଯିବା ସହ, ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଓ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ନେଇ ପାରିଷଦମାନେ ପ୍ରଶ୍ନ ଉଠାଇଛନ୍ତି।ପାରିଷଦମାନେ ଅଭିଯୋଗ କରିଛନ୍ତି ଯେ,ବୈଠକ ବାତିଲ ହେବା ପଛରେ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ରଘୁରାମ ମାଛଙ୍କ ନିର୍ଦ୍ଦେଶ ରହିଛି ନା ପୈାରପରିଷଦ ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପାତ୍ର। ସୂଚନା ଅନୁସାରେ, ବିଧାୟକ ଦିଲ୍ଲୀ ଗସ୍ତରେ ଥିବା ସମୟରେ ଫୋନ୍ ମାଧ୍ୟମରେ ବୈଠକ ବାତିଲ କରିବାକୁ କହିଥିବା ଜଣାପଡ଼ିଛି ବୋଲି ମଧ୍ୟ । ଏହାକୁ ନେଇ ପାରିଷଦମାନେ ପ୍ରଶ୍ନ ପ୍ରକାଶ କରି କହିଛନ୍ତି, ବିଧାୟକଙ୍କ ଅନୁପସ୍ଥିତି ରହିଥିଲେ ମଧ୍ୟ କାରଣରୁ ସୁନାବେଡ଼ାର ଉନ୍ନତି ବିଷୟକ ଆଲୋଚନା ହୋଇପାରନ୍ତା। ଏହା କି ସୁନାବେଡ଼ାର ଉନ୍ନତି ପାଇଁ ଲୋକ ପ୍ରଥିନୀନ୍ଦି ବିଧାୟକ ହେଉ କି ଅଧ୍ୟକ୍ଷ କି ଉପାଦଧ୍ୟ ହେଉ ଛିନ୍ତା କରୁନାହାନ୍ତି ସୁନାବେଡ଼ାରେ ରାସ୍ତା, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ନେଇ ସେମାନେ ବୈଠକରେ ଉପସ୍ଥାପନ କରିବାକୁ ଯୋଜନା କରିଥିଲେ। କିନ୍ତୁ ବୈଠକ ବାତିଲ ହେବା ଫଳରେ ଏସବୁ ସମସ୍ୟାର ସମାଧାନ ଅନିଶ୍ଚିତ ହୋଇ ପଡ଼ିଛି। “କାହା ଚାପରେ ବୈଠକ ବାତିଲ ହେଲା ତାହା ସମସ୍ୟାର ଜବାବ କିଏ ଦେବ? ଉନ୍ନତିମୂଳକ କାର୍ଯ୍ୟ କେଉଁଠି ହେଉଛି?” ବୋଲି ପାରିଷଦମାନେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ପୌର ପରିଷଦର ବୈଠକ ହିଁ ସେମାନଙ୍କ ସମସ୍ୟା ଉପସ୍ଥାପନ ଓ ସମାଧାନର ଏକମାତ୍ର ମଞ୍ଚ। ଏହା ବାତିଲ ହେବା ଦ୍ୱାରା ସୁନାବେଡ଼ାର ଉନ୍ନତି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି।ଏହି ଘଟଣା ସମ୍ପର୍କରେ ବିଧାୟକ ଶ୍ରୀ ରଘୁରାମ ମାଛଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ,ତାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରିନାହିଁ। ତେବେ, ପାରିଷଦମାନେ ଦାବି କରିଛନ୍ତି ଯେ, ଶୀଘ୍ର ବୈଠକ ଡକାଯାଇ ସମସ୍ୟାର ସମାଧାନ କରାଯାଉ ଏବଂ ସୁନାବେଡ଼ାର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ହେଉ।ଏହି ଘଟଣା ସୁନାବେଡ଼ାରେ ରାଜନୈତିକ ଓ ପ୍ରଶାସନିକ ଅସନ୍ତୋଷକୁ ଆହୁରି ବଢ଼ାଇଛି। ସ୍ଥାନୀୟ ଲୋକେ ଏବେ ଅପେକ୍ଷା କରିଛନ୍ତି ଯେ, ପୌର ପରିଷଦ ଓ ବିଧାୟକ ମିଳିମିଶି ଅଞ୍ଚଳର ସମସ୍ୟା ସମାଧାନ କରିବେ ଓ ଉନ୍ନତିର ପଥରେ।

Leave a Reply

Your email address will not be published. Required fields are marked *