• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିତିଲା ଇଣ୍ଡିଆ ଅଦ୍ଭୁତ ପୃର୍ବକ ନାଚିଲେ ସୁନୀଲ ଗାଭାସ୍କର

Spread the love

୧୨ ବର୍ଷର ପ୍ରତୀକ୍ଷା, ୨୫ ବର୍ଷର ପ୍ରତିଶୋଧ ସହ ବିଶ୍ୱ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୦୨୪ରେ ଚାମ୍ପିଅନ ଥିଲେ ୨୦୨୫ରେ ଚାମ୍ପିଅନ୍ ରହିବେ । ଆଇସିସି ଚାମ୍ପିଅନ୍ସ ଟ୍ରଫି ମୁକୁଟ ପିନ୍ଧିଛି ଟିମ୍ ଇଣ୍ଡିଆ । ପ୍ରଥମ ଦେଶ ଭାବେ ତୃତୀୟ ଥର ଟାଇଟଲ ଜିତିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ବିରାଟ ବିଗ୍ରେଡ୍ ଏହି କାରମାନ କରି ଦେଖାଇଛି । ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟ୍ ମାତ୍ ଦେଇ ଚାମ୍ପିଆନ୍ ହୋଇଛି । ଫାଇନାଲ୍ ଜିତିବା ପରେ ଦୁବାଇରୁ ଦିଲ୍ଲୀ ସବୁଠି ସେଲିବ୍ରେସନ । ହୋଲି ପୂର୍ବରୁ ଦେଶରେ ଦୀପାବଳିର ମାହୋଲ ।
କ୍ରିକେଟ୍ ଫ୍ୟାନ୍ସଙ୍କ ନାଚ ଗୀତରେ ଝୁମୁଛି ଦେଶ । ତେଣୁ ଏଥିରୁ ବାଦ୍ ବା କେମିତି ଥାଆନ୍ତେ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ୍ ଗାଭାସ୍କର । ଟିମ୍ ଇଣ୍ଡିଆ ଟ୍ରଫି ଉଠାଇବା ପରେ ଗାଭାସ୍କରଙ୍କ ଜବରଦସ୍ତ ସେଲିବ୍ରେସନ ଦେଖିବାକୁ ମିଳିଛି ।ଦୁବାଇ ଇଣ୍ଟନ ନ୍ୟାଶନାଲ୍ ଗ୍ରାଉଣ୍ଡରେ ଛୋଟ ପିଲାଙ୍କ ଭଳି ନାଚିବାକୁ ଲାଗିଥିଲେ । ଏହା ପୂର୍ବ ଭାରତ-ପାକିସ୍ତାନର ଏକ ମ୍ୟାଚ୍ ମଧ୍ୟ ନାଚିଥିଲେ ସୁନିଲ ଗାଭାସ୍କର । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ ପିଲାଙ୍କ ପରି ନାଚିଥିଲେ। ଭାରତ ନ୍ୟୁଜିଲାଣ୍ଡ ଦେଇଥିବା ୨୫୨ ରନର ଟାର୍ଗେଟକୁ ୬ ବଲ ବାକି ଥାଇ ହାସଲ କରି ୪ ୱିକେଟରେ ଐତିହାସିକ ବିଜୟ ହାସଲ କରିଛି। ଗାଭାସ୍କରଙ୍କ ନୃତ୍ୟର ଭିଡିଓ ଭାଇରାଲ ହେଉଛି।ସୁନୀଲ ଗାଭାସ୍କର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ କମେଣ୍ଟ୍ରି ପ୍ୟାନେଲର ଅଂଶ ଥିଲେ। ଭାରତ ଫାଇନାଲ ଜିତିବା ପରେ ସେ ନିଜ ଖୁସିକୁ ନିୟନ୍ତ୍ରଣ କରିପାରି ନ ଥିଲେ। ରୋହିତ ଶର୍ମା, ବିରାଟ କୋହଲି ଏବଂ ଦଳ ଟ୍ରଫି ସହିତ ଉତ୍ସବ ପାଳନ କରୁଥିଲେ ଏବଂ ସେମାନଙ୍କ ଆଗରେ ସୁନୀଲ ଗାଭାସ୍କର ପିଲାଙ୍କ ଭଳି ନାଚିବା ଆରମ୍ଭ କଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *