ଆରମ୍ଭ ହେଉଛି ଗ୍ରୀଷ୍ମଋତୁ ହେଲେ ଏବେ ଯାଏ ବି ସୁଧୁରି ନାହିଁ ପାଣି ବ୍ୟବସ୍ଥା । ସରକାରଙ୍କର ବଡ ବଡ କଥା ଯେପରି ଖାଲି କଥାରେ ହି ରହି ଯାଉଛି । ହେଲେ ଲୋକଙ୍କ ପାଖକୁ ପହଞ୍ଚିଲା ବେଳକୁ ଯେମିତି ସବୁ ଅଧାରେ ରହି ଯାଉଛି । ଶୁଣିବାକୁ ମିଳୁଛି କୁଆଡେ ସରପଞ୍ଚଙ୍କୁ ଯେତେ କହିଲେ ବି କଥା ମାତ୍ର କଥାରେ ହି ରହୁଛି । ଖାଲି ଏତିକି ନୁହେଁ ଏନେଇ ଯଦି କେହି ମୁହଁ ଖୋଲୁଛ ପରେ ଥାନାରେ ବୁଝା ହେବ ବୋଲି କୁହାଯାଉଛି । ତଥାପି ହାର ମାନି ନାହନ୍ତି ଗ୍ରାମ ବାସୀ । ଶେଷରେ ସବୁ କିଛି କୁ ବାଦ ଦେଇ ଆଜି ଗରା ବାଲ୍ଟି ଧରି ରାଜରାସ୍ତାରେ ଗ୍ରାମ ବାସୀ । ଚୁଆ ପାଣି ଭରଷାରେ ୨୩୫ ପରିବାର।ନୀଳଗିରି ଥାନା ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ଗରାବାଲ୍ଟି ଧରି ଶତାଧିକ ଗ୍ରାମବାସୀ କଲେ ରାସ୍ତାରୋକ।ସୂଚନା ମୁତାବକ ମହିଷାପଟ୍ଟା ପଞ୍ଚାୟତ ଜାମବଣି ଗ୍ରାମର ଦୀର୍ଘ ବର୍ଷ ହେବ ପାଣି ଆସୁନଥିବା ବେଳେ ବାରମ୍ବାର ନେତା ଓ ପ୍ରସାଶନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାଜରାସ୍ତାକୁ ଗରାବାଲ୍ଟି ଧରି ଓହ୍ଲାଇଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା।ବସୁଧା ଓ ମେଗା ଜଳ ଯୋଗାଣ ପ୍ରକଳ୍ପ ଏଠାରେ ଥାଇ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନଥିବା ବେଳେ ଗ୍ରାମରେ ଥିବା ୭ ଟି ନଳକୂପରୁ ୩ ଟି ଅକାମୀ ଓ ଚାରୋଟିରେ ବାଲ୍ଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।ବାଧ୍ୟ ହୋଇ ଲୋକେ ନିକଟସ୍ଥ ଗଡିଆ, ଚୁଆ ଓ ଖଣିର ପାଣି ଭରଷାରେ ଚଳୁଥିବା ବେଳେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ୭ ଦିନ ହେବ ପାଣି ସମସ୍ୟା କାରଣରୁ ଲୋକମାନେ ୩ କିମି ଦୂର ନଦୀରୁ ଚୂଆ ପ୍ରସ୍ତୁତ କରି ପାଣି ଆଣି ଚଳୁଥିଲେ।ଏ ନେଇ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେବଳ ପ୍ରତିଶୃତି ଦେଇ ସମସ୍ତେ ଠକି ଦେଉଥିଲେ।୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ହେବା ପରେ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ନୀଳଗିରି ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା ।