ଭାରତଗ୍ୟାସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ,ଠାକୁରଙ୍କ ଘରୁ ଦୀପ ନିଆଁରୁ ନିଆଁ ଲାଗି କାର୍ଯ୍ୟାଳୟରେ ନିଆଁ ।ସୂଚନା ମୁତାବକ ନୀଳଗିରି ମାର୍କେଟ ମଧ୍ୟରେ ଥିବା ଭାରତ ଗ୍ୟାସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ।ଦୁଇମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟର ଉପର ମହଲାରେ ଉକ୍ତ କେନ୍ଦ୍ରର ମୁଖ୍ୟ ବିଜୟ ସତପଥୀ ରହୁଥିବା ବେଳେ ଭୋର ସମୟରେ ଉପର ମହଲାରେ ଥିବା ଠାକୁର ଘରେ ପୂଜାର୍ଚ୍ଚନା ହୋଇ ଦୀପ ଜଳାଇ ଦେଇ ପରିବାର ଲୋକେ ନିଜ କାର୍ଯ୍ଯରେ ବାହାରକୁ ଚାଲିଯାଇଥିଲେ।କୌଣସି କାରଣ ବସତଃ ଦୀପ ନିଆଁରୁ ନିଆଁ ଲାଗି ନିକଟରେ ଥିବା କାଠ ଆଲମିରା ଓ ଝରକାର ସ୍କ୍ରିନ ଜଳିଯାଇଥିଲା।ନିଆଁର ଉତ୍ତାପରେ ଝରକାର କାଚ ଗୁଡିକ ତାତି ଭାଙ୍ଗି ତଳେ ପଡିଥିଲା ଫଳରେ ତଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପରେ ମହଲାରେ ଅଗ୍ନିକାଣ୍ଡ ହୋଇଥିବା ଜାଣି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ।ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଏକ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି କାର୍ଯ୍ୟାଳୟର ଲୋକମାନେ।