• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"effects":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକରେ ଚାଲିଛି ପିସି କାରବାର। ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି। ସେମିଳିଗୁଡା ବ୍ଳକରେ ଗତ ଏକ ବର୍ଷ ହେବ ସମିତି ବୈଠକ ଅନୁଷ୍ଠିତ ହେଉନାହିଁ. ଓଡିଶା ପଞ୍ଚାୟତ ସମିତି ଆଇନ 1959 ଧାରା 20 ଅନୁଯାଇ ଦୁଇ ମାସକୁ ଥରେ ବୈଠକ କରିବା ନିୟମ ରହିଛି. କିନ୍ତୁ ଏହା କାର୍ଯ୍ୟ କାରି ହେଉନାହି. ପଞ୍ଚାୟତର ଗ୍ରାମ ସଭା ଥିବା ବେଳେ କୋଣସି ବିଭାଗୀୟ ଅଧିକାରୀ ଯୋଗ ଦେଉନାହାନ୍ତି. ନିୟମ ଥିବାବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀ ୨୦ ପ୍ରତିଶତ ପିସି କାଟିକି ନେଉଛନ୍ତି। ଯିଏ ଦେଉଛି କାମ ହେଉଛି, ଏଭଳି ଅନିୟମିତତା ମଧ୍ୟରେ ସେମିଳିଗୁଡା ବ୍ଳକ କାର୍ଯ୍ୟାଳୟ ଚାଲୁଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ ସୁଷମା ପାଙ୍ଗି। ସୂଚନା ଥାଉକି ଓଡିଶା ପଞ୍ଚାୟତ ସମିତି ଗଠନ ନିୟମାବଳୀ 2002 ଥିବା ବେଳେ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ଥରଟିଏ ମଧ୍ୟ୍ୟ ସ୍ଥାୟୀ କମିଟି କାର୍ଯ୍ୟ କାରି କରାଯାଇନି. ଏହି ଅଭିଯୋଗ ଶୁଣାଣିରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଘଟଣାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ କହିଛନ୍ତି।

Leave a Reply

Your email address will not be published. Required fields are marked *