• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ତେଜୁଛି ଟିପିଗୁଡ଼ା ବ୍ଲକ ଗଠନ ଦାବି

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ରାଜ୍ୟରେ ସମ୍ପ୍ରତି ନୂତନ ବ୍ଲକ ଗଠନ ଦାବିକୁ ନେଇ ବିଭନ୍ନ ଅଂଚଳରେ ଦାବି ଉଠୁଛି।ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଟିପିଗୁଡ଼ା କୁ ବ୍ଲକ ଗଠନ ଦାବିରେ ରାଲି ଓ ଦାବିପତ୍ର ପ୍ରଦାନ କରାଯାଇଛି।ଆଜିର ରାଳିରେ ଟିପିଗୁଡ଼ା, କନା ଗାଁ,ଡୁମେରଗୁଡା, କାଙ୍କେରି, ସନ୍ଧିକୁଲିହାରି,ଗୋଳାମୁଣ୍ଡା ବ୍ଲକର ଖମାର ହଳଦୀ,ଗଣ୍ଡାମେର ଆଦି ପଞ୍ଚାୟତର ଲୋକେ ଉପସ୍ଥିତ ଥିବା ବେଳେ,ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟିର ସଭାପତି ସନ୍ତୋଷ ନାଏକଙ୍କ ନେତୃତ୍ୱରେ ରାଲି ଅନୁଷ୍ଠିତ ହୋଇଥିବାବେଳେ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଠା ଅଶୋକ ପଟ୍ଟଯୋଶୀ, ଉପ ସଭାପତି ଡୁମେରଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେଶ ଭଏଁସାଲ, ଚୈତନ୍ୟ ନାଏକ , ସମ୍ପାଦକ ଟିକେରାମ ସାହୁ, ସହ ସମ୍ପାଦକ ମଙ୍ଗନିଆ ଦୁର୍ଗା, ଯୁଗ୍ମ ସମ୍ପାଦକ ଟିପିଗୁଡା ସରପଞ୍ଚ ତଥା ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ସମିତି ସଭ୍ୟା ଲତିକା ବାଗ, ପୂର୍ବତନ ଟିପିଗୁଡା ସରପଞ୍ଚ ଗଜିନ୍ଦ୍ର ନାଏକ,ଉଗ୍ରେସନ ନାଏକ,ଟିପିଗୁଡା ଗୌନ୍ତିଆ ବନ୍ଦକୁମର ନାଏକ, ଈଶ୍ୱର ବଞ୍ଜରା, ପଦୁଲୋଚନ ବୋଡେ଼କ, ସୁଭାଶିଷ ପଟ୍ଟନାୟକ, ତେଜନ ଦୁର୍ଗା, କୃଷ୍ଣଦାସ ନାଏକ, ଜୀବଶଙ୍କର ନାଏକ, ସରୋଜ ନାଏକ, ରାଜାରାମ ନାଏକ ସମେତ ଟିପିଗୁଡା ଅଞ୍ଚଳର ପ୍ରାୟ ହଜାରେ ଲୋକ ଧର୍ମଗଡ଼ ଉତ୍ସବ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସହକାରୀ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀ ଙ୍କୁ ପ୍ରଦାନ କରିଥିଲେ l ସହାୟକ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ଅଜିତ କୁମାର ଶବର ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *