• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜୈବ ବିଘଟନ ଆବର୍ଜନା କୁଣ୍ଡ କାହା ସ୍ୱାର୍ଥରେ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ପଂଚାୟତ ର ଏହି ଦୃଶ୍ୟ। ଯେଉଁଠାରେ ପ୍ରାୟ ଏକ ବର୍ଷ ତଳୁ ଲୋକଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି, ନିର୍ମାଣ କରିଥିବା ଜୈବ ବିଘଟନ ଆବର୍ଜନା କୁଣ୍ଡ ଏବେ ଲୋକଙ୍କ କାମ ରେ ଆସୁନାହିଁ।ଗାଁ ଠାରୁ ଆରମ୍ଭ କରି ସମଗ୍ର ପଂଚାୟତ କୁ ସ୍ବଚ୍ଛ,ନିର୍ମଳ ଏବଂ ସ୍ବାସ୍ଥ୍ୟକର ପରିବେଶ ରକ୍ଷା କରିବା ପାଇଁ ପଂଚାୟତ ମାଧ୍ୟମରେ, ଜୈବ ବିଘଟନ ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେବା ସହ ଅଳିଆ ଆବର୍ଜ୍ଜନା ଗାଁ ଗାଁ ରୁ ଉଠାଇବା ପାଇଁ ସ୍ବତନ୍ତ୍ର ଟ୍ରଲି କିଣିଲେ, ହେଲେ ଏବେ ପଂଚାୟତ ଅଫିସ ମଧ୍ୟରେ ଟ୍ରଲି ଖତ ଖାଉଥିବା ବେଳେ, ଜୈବ ବିଘଟନ ଆବର୍ଜନା କୁଣ୍ଡ ଉପରେ ଲୁଗାପଟା ସୁଖୁଛି। ଏ ବାବଦରେ ନିଶ୍ଚିନ୍ତକୋଇଲି ବିଡ଼ିଓ କହିଛନ୍ତି, ଯଦି ସରକାର ଲୋକଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରି ଜୈବ ବିଘଟନ ଆବର୍ଜନା କୁଣ୍ଡ କାମରେ ଆସୁନି ତେବେ ଅସୁରେଶ୍ବର ସରପଞ୍ଚ ଙ୍କ ସହ କଥା ହୋଇ, କିଭଳି ଏହି ଅଭିଯାନ ତ୍ୱରାନ୍ୱିତ ହେବ ସେଥିପ୍ରତି ଦୃଷ୍ଟି ଦେବେ।
ତେବେ ଦେଖିବାକୁ ବାକି ରହିଲା କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛତା ଓ ସ୍ବଚ୍ଛ ଭାରତ ଅଭିଯାନକୁ ପ୍ରାଧାନ୍ୟ ଦେଉଥିବା ବେଳେ,କାହାର ଅବହେଳା ଆଉ କାହାର ସଦିଚ୍ଛା ଅଭାବରୁ କାର୍ଯ୍ୟକାରୀ ହେଉନାହିଁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଜୈବ ବିଘଟନ ଆବର୍ଜନା କୁଣ୍ଡ ର କାର୍ଯ୍ୟକାରିତା, ଆଉ କେବେ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ ହେଉଛି ବିଡ଼ିଓ ମହାଶୟ ଦେଇଥିବା ତାଙ୍କର ପ୍ରତିଶୃତି ??

Leave a Reply

Your email address will not be published. Required fields are marked *