• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଝିଅଙ୍କୁ ୫୦୦୦୦ ଦେବେ ସରକାର

Spread the love

ଝିଅଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କ ଭବଷ୍ୟତ ସୁରକ୍ଷିତ ରଖିବାକୁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଭଳି ଏକ ଯୋଜନା ଅଛି, ଯେଉଁଥିରେ ସାମିଲ ହେଲେ ଝିଅଙ୍କ ପାଇଁ ଅଭିଭାବକଙ୍କୁ ସିଧା ସଳଖ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ଝିଅଟିଏ ଜନ୍ମ ହେବା କ୍ଷଣି ଅଭିଭାବକଙ୍କ ଆକାଉଣ୍ଟ୍‌ରେ ୫୦ ହଜାର ଟଙ୍କା ଜମା କରାଯିବ । ଏହା ସହ ଦ୍ବିତୀୟ ସନ୍ତାନ ଜନ୍ମ ନେଲେ ଓ ଏହାପରେ ଅଭିଭାବକ ପରିବାର ନିୟୋଜନ ପାଇଁ ଅସ୍ତ୍ରୋପଚାର କରାଇବେ ତେବେ ପ୍ରତ୍ୟେକ ଝିଅଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବେ ସରକାର । ତେବେ ଏହି ଯୋଜନାରେ ସାମିଲ ହେବାକୁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି । ଝିଅଙ୍କ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ଆବଶ୍ୟକ ହେଉଥିବା ଦସ୍ତାବିଜ୍‌, ମାନଦଣ୍ଡ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯେଉଁ ପରିବାରରେ କେବଳ ଦୁଇଜଣ ଝିଅ ରହିଥିବେ କେବଳ ସେମାନଙ୍କୁ ଏହାର ଲାଭ ମିଳି ପାରିବ । ପ୍ରଥମ ଝିଅ ଜନ୍ମ ନେବାର ଏକ ବର୍ଷ ମଧ୍ୟରେ ଯଦି ମାତା ପିତା ପରିବାର ନିୟୋଜନ ଅସ୍ତ୍ରୋପଚାର କରାନ୍ତି ତେବେ ଅଭିଭାବକଙ୍କୁ ୫୦ ହଜାର ଟଙ୍କା ମିଳିବ । ତେବେ ଦୁଇ କନ୍ୟା ସନ୍ତାନ ଜନ୍ମ ନେବାର ୬ ମାସ ମଧ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାନ୍ତି ତେବେ ପ୍ରତ୍ୟେକ ଝିଅଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ଯୋଜନାରେ କନ୍ୟା ସନ୍ତାନ ଓ ତାଙ୍କ ମାଆଙ୍କ ନାମରେ ଏକ ଜଏଣ୍ଟ୍‌ ଆକାଉଣ୍ଟ୍‌ ଖୋଲାଯିବ । ଏହି ଖାତାରେ ୫୦ ହଜାର ଟଙ୍କା ଜମା କରାଯିବ । ଏହାପରେ ପ୍ରତିବର୍ଷ ସରକାରୀ ନିୟମ ଅନୁଯାୟୀ ଝିଅର ଶିକ୍ଷା ପାଇଁ କିଛି ଧନରାଶି ଜମା କରାଯିବ । ଏହି ଯୋଜନାର ମୁତାବକ ପୂର୍ବରୁ ବାର୍ଷିକ ୧ ଲକ୍ଷ ଟଙ୍କା ଯୋଗାଇ ଦେଉଥିଲେ । ହେଲେ ଏହାକୁ ବୃଦ୍ଧି କରାଯାଇ ୭ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି । ତେବେ ଏହାକୁ ଏକ କାଳୀନ ଦିଆଯିବ ନାହିଁ ବରଂ, ଏହାକୁ କିସ୍ତି ଆକାରରେ ପ୍ରଦାନ କରାଯିବ । ଏହି ଯୋଜନାର ଲାଭ କେବଳ ମହାରାଷ୍ଟ୍ର ଅଧିବାସୀଙ୍କୁ ମିଳିବ । ଏହି ଯୋଜନାର ନାମ କନ୍ୟା ଭାଗ୍ୟଶ୍ରୀ ଯୋଜନା । ସମାଜରେ ଝିଅଙ୍କ ପ୍ରତି ମାନସିକତା ପରିବର୍ତ୍ତନ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି

Leave a Reply

Your email address will not be published. Required fields are marked *