• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସାମିଙ୍କ ପ୍ରେମରେ ଉବୁଟୁବୁ ହେଲେଣି ସୁନ୍ଦରୀ ସାନିଆ

Spread the love

ସାନିଆ ମିର୍ଜା ଟେନିସରୁ ଅବସର ନେଇ ସାରିଛନ୍ତି । ତଥାପି ସେ କୌଣସି ନା କୌଣସି କାରଣରୁ ପ୍ରତିଦିନ ଲାଇମ ଲାଇଟରେ ଥାଆନ୍ତି । ଆଜିକାଲି ତାଙ୍କର ଏକ ପୁରୁଣା ବିବୃତ୍ତି ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ପ୍ରିୟ କ୍ରିକେଟରଙ୍କ ନାମ ପ୍ରକାଶ କରୁଛନ୍ତି। କୌତୁହଳର ବିଷୟ ହେଉଛି ଯେ ଏହି ଭିଡିଓଟି ସାନିଆଙ୍କ ଛାଡପତ୍ର ହୋଇନଥିବା ସମୟର… ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଥିଲେ। ଦୁବାଇରେ ଏହି ଦମ୍ପତି ଏକାଠି ରହୁଥିଲେ। ତଥାପି, ବିବାହର ପ୍ରାୟ ୧୩ ବର୍ଷ ପରେ, ଦୁହେଁ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ । ଏହି ସମୟରେ, ୨୦୧୭ରେ ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟ ପୁଣିଥରେ ଚର୍ଚ୍ଚାରେ ଆସିଥିଲା । ତେବେ ଏହାରି ଭିତରେ ସାନିଆ ଓ ଭାରତୀୟ କ୍ରିକେଟର ମୋହମ୍ମଦ ସାମିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉଭୟେ ଉଭୟଙ୍କୁ ପ୍ରେମ କରୁଥିବା ନେଇ ଫ୍ଯାନ୍ସ ଅନେକ ଆଲୋଚନା କରୁଛନ୍ତି ।ସାନିଆ ମିର୍ଜା ଓ ମୋହମ୍ମଦ ସାମିଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରୁଛି । ଯେଉଁଥିରେ ଉଭୟେ ସ୍ୱିମିଂ ପୁଲରେ ଚିଲ କରୁଥିବା ନଜର ଆସୁଛନ୍ତି । ଏହି ଫଟୋରେ ସାନିଆ ସ୍ୱିମସୁଟରେ ନଜର ଆସୁଛନ୍ତି ।ଏହାବାଦ ଉଭୟଙ୍କ ଆହୁରି ଅନେକ ଫଟୋ ମଧ୍ଯ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯାହା ଝଡ ପରି ଭାଇରାଲ ହେବାରେ ଲାଗିଛି । ଫ୍ଯାନ୍ସ ମଧ୍ଯ ଏହାର ବେଶ୍ ମଜା ନେଉଛନ୍ତି ।ଏହିସବୁ ଫଟୋକୁ ଦେଖି ୟୁଜର୍ସ ଅନେକ କମେଣ୍ଟ ମଧ୍ଯ କରୁଛନ୍ତି । ସେମାନେ କାଶ୍ମୀର ସିଫ୍ଟ ହୋଇ ସାରିଥିବା କହୁଛନ୍ତି ପ୍ରଶଂସକ । ଏହାସହ ସେମାନେ ନିଜର ରିଲେସନସିଫକୁ ସାର୍ବଜନୀନ ମଧ୍ଯ କରି ଦେଇଥିବା କହିଛନ୍ତି ଜଣେ ଫ୍ଯାନ୍ସ । ତେବେ ପ୍ରକାଶଥାଉ ଯେ, ଏହିସବୁ ଫଟୋ ହେଉଛି ନକଲି । ବାସ୍ତବରେ ଏହା ହେଉଛି ଏଆଇ ସାହାଯ୍ଯରେ ତିଆରି ହୋଇଥିବା ଫଟୋ । ସାନିଆର ବାପା ପୂର୍ବରୁ ମଧ୍ଯ ଜଣାଇ ସାରିଛନ୍ତି ଯେ, ସେମାନେ କେବେ ଦେଖା ମଧ୍ଯ ହୋଇ ନାହାନ୍ତି । ଗତ ବର୍ଷ ଏହି ସମୟରେ ଖବର ଆସିଥିଲା ​​ଯେ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲିକ ତୃତୀୟ ଥର ପାଇଁ ବିବାହ କରିଥିଲେ। ବିଗତ ଏକ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ସାନିଆ ମିର୍ଜାଙ୍କ ଏକ୍ସ ସ୍ୱାମୀ ଶୋଏବ ମଲିକ ୨୦୨୪ ମସିହାରେ ସାନା ଜାଭେଦଙ୍କୁ ବିବାହ କରିଥିଲେ, ତେଣୁ ବର୍ତ୍ତମାନ ସାନିଆ ମିର୍ଜା ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢିଛନ୍ତି।
ସାନିଆ ମିର୍ଜା ଓ ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଦୀର୍ଘ ଦିନ ଧରି ଚାଲିଆସୁଛି। ତେବେ ଏହି ଗୁଜବ ବିଷୟରେ ସେମାନଙ୍କ ମଧ୍ୟରୁ କେହି କେବେ ପ୍ରତିକ୍ରିୟା କରିନାହାଁନ୍ତି। ଗତ ବର୍ଷ ଜାନୁଆରୀରେ, ଯେତେବେଳେ ଶୋଏବ ତାଙ୍କର ତୃତୀୟ ବିବାହର ଫଟୋ ସେୟାର କରିଥିଲେ, ଏହା ନିଶ୍ଚିତ ହୋଇଥିଲା ଯେ ସେ ସାନିଆଠାରୁ ଅଲଗା ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *