• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦୀର୍ଘ 16 ବର୍ଷ ପରେ ପୁନଃରୁଦ୍ଧାର ହେବ ଓଡିଶା କଟନ ମିଲସ

ByOdishri Khabar

Jul 24, 2025
Spread the love

ଦୀର୍ଘ 16 ବର୍ଷ ପରେ ପୁନଃରୁଦ୍ଧାର ହେବ ଓଡିଶା କଟନ ମିଲସ

ଚୌଦ୍ୱର O T M ପରେ ଏବେ ଭଗତପୁର ocm ଚାଲିବା ସମ୍ଭାବନା

ଓଡିଶା କଟନ ମିଲସ ର ପୁନରୁଦ୍ଧାର ପ୍ରସଙ୍ଗ

0cm ଖୋଲିବାକୁ ନେଇ ଭଗତପୁର ଟାଙ୍ଗୀ ଚୌଦ୍ୱାର ଲୋକଙ୍କ ମନରେ ଆଶାର ସଞ୍ଚାର

ଅଞ୍ଚଳ ବାସି ଙ୍କ ସହ ବୈଠକ କଲେ ଶ୍ରମିକ ନେତା ସୁଖ ଦୂଖର ସାଥି ଶ୍ରୀଯୁକ୍ତ ଦୀପକ ବାରିକ

ଦୀର୍ଘ 16 ବର୍ଷ ଧରି ବନ୍ଦ ହୋଇପଡିଥିବା ଟାଙ୍ଗୀ ଚୌଦ୍ୱାର ବ୍ଲକ ଭଗତପୁର ସ୍ଥିତ ଓଡିଶା କଟନ ମିଲ ପୁନଃ ଗଠନ ହେବା ଆଶା ଉଜ୍ଜୀଵତ ହୋଇଛି l ଚଳିତ ମାସ 18 ତାରିଖ ଶୁକ୍ରବାର ଦିନ ଲୋକସେବା ଭବନ ରେ ସଂସଦିଅ କ୍ଷେତ୍ର କଟକ ସହର ଆଠଗଡ଼ ଓ ଟାଙ୍ଗୀ ଅଞ୍ଚଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଙ୍କ ସହିତ ସାଂସଦ ଭର୍ତ୍ତୃହରୀ ମହତାବ ଦୀର୍ଘ ସମୟ ଧରି ବିସ୍ତୃତ ଆଲୋଚନା ହୋଇଥିଲା l ଏଥିରେ ocm କମ୍ପାନୀ ର ଯାଞ୍ଚ ପରେ ପୁନଃଗଠନ ପାଇଁ କଣ ପଦକ୍ଷେପ ନିଆଯିବ ସେ ସମ୍ବଦ୍ଧରେ ଶିଳ୍ପ ବିଭାଗର ସଚିବ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ l ଉକ୍ତ ବୈଠକ ରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ହେମନ୍ତ ଶର୍ମା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସହ ସମସ୍ତ ବିଭାଗୀୟ ସଚିବ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ଦୁଇଦିନ ତଳେ ସ୍ଥାନୀୟ R. I. କମ୍ପାନୀ ପରିସର କୁ ଯାଇ ଜାଗା ଅନୁଧ୍ୟାନ କରି ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି l ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ପୁଣି କମ୍ପାନୀ ଚାଲିବ ସୁତା ବୁଣା ହେବ ସ୍ଥାନୀୟ ବେକାର ଯୁବକ ଚାକିରୀ ପାଇବେ ଏ ନେଇ ଲୋକ ମାନଙ୍କ ମନରେ ଆଶାର ର ସଂଚାର ଖେଳିଯାଇଛି l 1946 ମସିହାରେ ଆରମ୍ଭ ହୋଇଥିବା ocm ପ୍ରଥମେ ଘରୋଇ ମାଲିକାନା ରେ 1949 ମସିହାରେ କାର୍ଯ୍ୟକ୍ଷମ ହେଲା l ପରବର୍ତୀ ସମୟରେ ସମୟରେ ଏହା NCC ଅଧୀନ କୁ ଗଲା l ପ୍ରଥମେ ଏହା 8000 ସ୍ପେଣ୍ଡାଲ ବିଶିଷ୍ଟ ଥିଲା l NCC ଅଧୀନକୁ ଗଲା ପରେ ଅର୍ଥାତ 1984 ବେଳକୁ ଏହାର କ୍ଷମତା ବଢ଼ି 25000 ସ୍ପେଡାଲ ବିଶିଷ୍ଟ ହୋଇଯାଇଥିଲା l ଯାହା ଫଳରେ 1988 ମସିହାରେ ସାରା ଭାରତ ବର୍ଷରେ ସର୍ବଶ୍ରେଷ୍ଟ ଉତ୍ପାଦନ କାରି କମ୍ପାନୀ ଭାବରେ ପୁରସ୍କୃତ ହୋଇଥିଲା l ଏହି ସମୟରେ କମ୍ପାନୀ ରେ 900 ଶ୍ରମିକ କାମ କରୁଥିଲେ l ସେଥିରୁ ଅନେକ ଗରିବ ଶ୍ରେଣୀର sc st ଥିଲେ l ocm ରେ ତିଆରି ସୁତା ବିଭିନ୍ନ ଅଞ୍ଚଳ ର ବୁଣା କାର ମାନଙ୍କୁ ଯୋଗାଇ ଦିଅ ଯାଉଥିଲା ଓ ରାଜ୍ୟ ବାହାରକୁ ପଠା ଯାଉଥିଲା l 1993 ରେ ଏହା BIFR ଅଧୀନ କୁ ଯାଇଥିଲା I 1994 ମସିହାରେ ଜୋର କରି 300 ଶ୍ରମିକ ଙ୍କୁ vrs ବା ସ୍ବେଛା କୃତ ଅବସର ନେବା ପାଇଁ ବାଧ୍ୟ କରାଯାଇଥିଲା l ଯାହା ଫଳରେ 25000 ସ୍ପେଣ୍ଡଲ ରୁ 16000 କୁ ଖସି ଆସିଲା l 1999ମସିହା ବାତ୍ୟାରେ କ୍ଷତିଗ୍ରସ୍ତ ହୋଈ ଏହା 8000 କୁ ଖଶିଆସିଲା l ଏହାପରେ BIFR କମ୍ପାନୀ ର. ଚୁକ୍ତି ଅନୁସାରେ କମ୍ପାନୀ ର ଉର୍ନତି ପାଇଁ 93 ଏକର ଜାଗାରୁ 62 ଏକର ଯାଗାକୁ ବିକ୍ରି କରାଯାଇଥିଲା l ଏହାପରେ 31 ଏକର ଜାଗାରେ କାରଖାନାର ନବୀ କରଣ ହେବା କଥା କିନ୍ତୁ ତାହା ନକରି 2009 ରେ ଅବଶିଷ୍ଟ କର୍ମଚାରୀଙ୍କୁ vrs ଦେଇ ବିଦା କରାଯାଇଥିଲା l ସେହିଦିନ ଠାରୁ ପୁରସ୍କାର ପାଇଥିବା ଓଡିଶା କଟନ ମିଲସ ବନ୍ଦ ହୋଇଗଲା l ଜାନୁୟାରୀ 11 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ରେ ଯୋଗଦେବା ପାଇଁ ଆସିଥିବା ବେଳେ ତାଙ୍କୁ ଚିତ୍ତ ରଞ୍ଜନ ବେହେରା, ଚିତ୍ତ ରଞ୍ଜନ ନାୟକ, ସମର ଜିତ ଦଳେଇ, ଶ୍ରମିକ ନେତା ଦୀପକ ବାରିକ, ଲକ୍ଷ୍ମୀଧର ନାୟକ, ଅକ୍ଷୟ ସାହୁ ocm ସମ୍ବଧୀୟ ଏକ ମାନପତ୍ର ପ୍ରଦାନ କରିଥିଲେ l ପରବର୍ତ୍ତୀ କାଳରେ ରାଜ୍ୟ ସରକାର ତାହାକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଙ୍କୁ ଦେଇଥିଲେ l ଏହିପରିପ୍ରେକ୍ଷୀରେ ଭ୍ରମରବର ସ୍ୱାଇଁ ଙ୍କ ପୌରାହୀତରେ ocm ର ଶ୍ରମିକ. ପ୍ରତିନିଧି ମାନଙ୍କର ଏକ. ବୈଠକ ବସିଥିଲା l ଉକ୍ତ ବୈଠକ ରେ ସର୍ବଶ୍ରୀ ଜୟରାମ ଷଡ଼ଙ୍ଗୀ, ସେକ ହମିଦ, ହଳଧର ଅଞ୍ଚଳ, ବିରବର ବେଜ, ଅନ୍ତର୍ଜାମୀ ଦାସ, ମୁରଲୀ ସ୍ୱାଇଁ, ବାବୁଲି ସ୍ୱାଇଁ, ବିଜୟ ଅଞ୍ଚଳ, ପ୍ରଭାତ ଦାସ, ମଦନ ମୋହନ ସାହାଣୀ, ଶ୍ରୀନିବାସ ବାରିକ, ସର୍ତ୍ତ ମୁଦୁଲି ଉପସ୍ଥିତ ରହି ରାଜ୍ୟ ସରକାର ଓ ସାଂସଦ ଙ୍କୁ ସାଧୁ ବାଦ ଜଣାଇଥିଲେ l

ଟାଙ୍ଗୀ ଚୌଦ୍ୱାର ବ୍ଲକ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *