ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ଜାମଦା ବ୍ଲକ୍ ର ମିଶନ ଶକ୍ତି କାଫେ ବର୍ତ୍ତମାନ ସଙ୍କଟାପନ୍ନ
ଅବସ୍ଥାରେ। ଖେଲା ପରିବେଶ ରେ ଚାଲିଛି ରୋଷେଇ । ରାଜ୍ୟରେ ସରକାର ବଦଳିବା ପରେ ପୂର୍ବ ସରକାର ର ଅନେକ ଗୁଡ଼ିଏ ଦୁର୍ନିତି ସାମନା କୁ ଆସିଛି। ପୂର୍ବ ସରକାର ଲକ୍ଷ ଲକ୍ଷ ଟଙ୍କା ରେ ମାଳ ମାଳ ଯୋଜନା କରିଥିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜାମଦା ବ୍ଲକ୍ ର ମିଶନ ଶକ୍ତି କାଫେ ରେ , ସୂଚନା ଅନୁଯାୟୀ ବ୍ଲକ୍ କୁ ଦୂର ଦୁରନ୍ତ ରୁ ଆସିଥିବା ଲୋକ ମାନେ ଖାଇବା ପାଇଁ ମିଶନ ଶକ୍ତି କାଫେ ରେ ବସି ଖାଉଥିବା ସମୟ ରେ ମିଶନ ଶକ୍ତି କେଫେ ର ସିଲିଙ୍ଗ ଖସିପଡ଼ିଥିଲା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଥିଲେ ପ୍ରାୟ ୧୫ ରୁ ୨୦ ଜଣ ଲୋକ। ଘଟଣା କୁ ଲୁଚାଇବାକୁ ଉଦ୍ୟମ କରି କାଫେ ରେ ସେଇ ରୁମ୍ ରେ ତାଲା ମାରି ରଖି ଥିଲେ। ଆମେ ଘଟଣା ସମ୍ବନ୍ଧ ରେ ଖବର ପାଇ ଯାଇ ଦେଖିଲୁ ଓ ଏ ବାବଦରେ ମିଶନ ଶକ୍ତି କାଫେ ର ପାଚିକା ଦିଦି କୁ ପଚାରିବାରୁ ସେ ମଧ୍ୟ କହିଛନ୍ତି ପୂର୍ବରୁ ଅନେକ ଥର ଆମେ ଏ ବାବଦରେ ବ୍ଲକ୍ କତୃପକ୍ଷ ଙ୍କୁ ଜଣାଇ ଥିଲୁ ଛାତ ରୁ ପାଣି ଗଡୁଛି କିନ୍ତୁ ଆମ କଥା କେହି ଶୁଣି ନ ଥିଲେ। ଏଭଳି ଘଟଣା ପରେ ବ୍ଲକ କତୃପକ୍ଷ ଆସି ଦେଖି ଯାଇଛନ୍ତି । ଖୁବ୍ ଶିଘ୍ର ଏହାର ମରାମତି କରାଯିବ ବୋଲି କହିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରି ନାହିଁ। ଯାହା ଫଳରେ ଆମେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛୁ।
ସଠିକ୍ ଭାବେ ତିଆରି ହୋଇ ନାହିଁ ଓ ଦୁର୍ନିତି ହୋଇଛି ବୋଲି ପାଚିକା ଦିଦି କହିଛନ୍ତି। କେବେ ମିଶନ ଶକ୍ତି କାଫେ କେବେ କାର୍ଯ୍ୟକାରି ହେବ ତାହା ଦେଖିବାକୁ ବାକି ରହିଲା।,,,,,