• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦୁଇ ଦିନିଆ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା ଆୟୋଜିତ

ByOdishri Khabar

Aug 20, 2025
Spread the love

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ସହଯୋଗରେ ଗଂଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଆନୁକୂଲ୍ୟରେ ହିଲ ଭିୟୁ, ଗୋପାଳପୁର ରେ ୦୩ ଜିଲ୍ଲା ଯଥା ଗଂଜାମ, କନ୍ଧମାଳ ଓ ଗଜପତି ର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଙ୍କୁ ନେଇ ୦୨ ଦିନିଆ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା ଆୟୋଜିତ ହୋଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ବିପର୍ଯ୍ୟୟ ସମୟରେ ଶୁନ୍ୟ ସହନଶୀଳତା, ଶୁନ୍ୟ ଜୀବନହାନୀ ନୀତି ଅନୁଯାୟୀ କାର୍ଯ୍ୟ କଲେ ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I ଆଗାମୀ ଦିନମାନଙ୍କରେ କୌଣସି ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଙ୍କୁ ସହାୟକ ହେବ ବୋଲି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଅଭିଶେକ ସାହୁ କହିଥିଲେ I ପ୍ରଶିକ୍ଷଣ ଦେବା ନିମନ୍ତେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ରୁ ମେଘନାଦ ବେହେରା, ଆରଣ୍ୟକ ମିଶ୍ର ଏବଂ ସଙ୍ଗୀତା ଦାଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଓ.ଏସ.ଡି.ଏମ.ଏ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକ ପରିଚାଳନା କରିଥିଲେ।*ରିପୋର୍ଟ ମନମୋହନ ପଟନାୟକ, ବ୍ରହ୍ମପୁର

Leave a Reply

Your email address will not be published. Required fields are marked *