• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କଲ୍ୟାଣସିଂପୁରରେ ୟୁରିଆ ବଣ୍ଟନକୁ ନେଇ ଚାଷୀଙ୍କ ଲମ୍ବା ଲାଇନ୍

ByOdishri Khabar

Aug 20, 2025
Spread the love

ରାୟଗଡା (ଓଡ଼ିଶ୍ରୀ ଖବର)ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ ସଦର ସ୍ଥିତ ବୃହଦାକାର ଆଦିବାସୀ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସକାଳୁ ହଜାର ହଜାର ଚାଷୀଙ୍କର ଭିଡ଼ ଦେଖିବାକୁ ମିଳିଲା। ସକାଳ ୭ଟାରୁ ଆରମ୍ଭ ହୋଇ ଦିନଭରି ୟୁରିଆ-ଡିଏଫଏ ଓ ନାନ୍‌ ଲିକ୍ୟୁଡ଼ ନେବା ପାଇଁ ଚାଷୀମାନେ ଲମ୍ବା ଲାଇନରେ ଦଣ୍ଡାୟମାନ ରହିଥିଲେ। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଏହି ଭିଡ଼ରେ, କାର୍ଯ୍ୟାଳୟର ନେଟୱର୍କ ସ୍ଲୋ ଥିବାରୁ ଚାଷୀଙ୍କର ଡକ୍ୟୁମେଣ୍ଟ ପଞ୍ଜିକରଣରେ ବିଳମ୍ବ ସୃଷ୍ଟି ହେବାରୁ, ଅନେକେ ଉତ୍ତେଜିତ ହୋଇ ପ୍ରଥମେ ରାସ୍ତା ରୋକ କରିଥିଲେ, ପରେ ଲ୍ୟାମ୍ପକୁ ତାଲା ଲଗାଇଥିଲେ।
ଘଟଣା ବିଷୟରେ ଖବର ପାଇ, କଲ୍ୟାଣସିଂପୁର ଥାନାର ଅଧିକାରୀ ନୀଳକୋଣ୍ଠ ବେହେରା ଓ ତହସିଲଦାର ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଅଧିକାରୀମାନଙ୍କୁ ଲୋକଙ୍କୁ ସ୍ପଷ୍ଟ କରି କହିଥିଲେ ଯେ, ଆଜି ଅଫିସ ସମୟ ପର୍ଯ୍ୟନ୍ତ ଜଣେକାର ପିଛା ଜମିର ପରିମାଣ ଦେଖି ୟୁରିଆ ଓ ନାନ୍‌ ଲିକ୍ୟୁଡ଼ ଦିଆଯିବ ଓ ଆସନ୍ତାକାଲିଠାରୁ ପ୍ରତ୍ୟେକଙ୍କ ନିଜ ନିଜ ପଞ୍ଚାୟତରେ ବଣ୍ଟନ କରାଯିବ।ଏହି ସମୟରେ ଲୋକମାନଙ୍କ ଭିତରେ ଧସ୍ତାଧସ୍ତି ହେବାକୁ ନଦେବାପାଇଁ, ଏସଆଇ ଦିଲ୍ଲୀପ ମାଝୀ ଓ ହେମନ୍ତ କୁମାର ବରିଆ କଡାକଡି ସୁରକ୍ଷା ବ୍ୟବସ୍ଥା କରିଥିଲେ। ଭିଡ଼ର କାରଣରୁ ରାସ୍ତାରେ ଭାରୀ ଟ୍ରାଫିକ ଯାମ ସୃଷ୍ଟି ହୋଇଥିଲା, ଫଳରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯାନବାହାନ ଯାତାୟାତରେ ବାଧା ସୃଷ୍ଟି ହେଇଥିଲା।ଘଟଣା ସ୍ଥଳରେ ରାୟଗଡ଼ା ଆର୍‌ସିଏସ ଜନ୍ମଯୟ ମହାପାତ୍ର ମଧ୍ୟ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେ କହିଥିଲେ ଯେ, ନେଟୱର୍କ ସମସ୍ୟାରୁ ଆଧାର କାର୍ଡ ପଞ୍ଜିକରଣରେ ବିଳମ୍ବ ହୋଇଥିଲା, କିନ୍ତୁ ବର୍ତ୍ତମାନ ସମସ୍ୟା ପ୍ରାୟତଃ ସମାଧାନ ହୋଇଛି। ଚାଷୀଙ୍କର ଆଧାର କାର୍ଡ ଜେରକ୍ସ ସଂଗ୍ରହ କରି, ଆସନ୍ତାକାଲି ନିଶ୍ଚିତ ଭାବରେ ୟୁରିଆ ଓ ଲିକ୍ୟୁଡ଼ ବଣ୍ଟନ କରାଯିବ ବୋଲି ସେ ଆଶ୍ବାସନ ଦେଇଥିଲେ।

Leave a Reply

Your email address will not be published. Required fields are marked *