ମୂଳବସନ୍ତ ଗ୍ରାମର ଜନୈକା କଲେଜ ଛାତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହୋଇଛି ମରଣନ୍ତକ ଆକ୍ରମଣ l
ଆଜି ଦିନ ଏଗାରଟା ସମୟରେ ଜେ ଏନ କଲେଜ କୁଆଁପାଳକୁ କ୍ଲାସ କରିବାକୁ ଯିବା ରାସ୍ତାରେ,ଶୁଭସ୍ମିତା ସାହୁ ନାମ୍ନୀ ଏହି ପ୍ଲସ -3 ଫାଷ୍ଟ ଇଅର ଛାତ୍ରୀଙ୍କୁ ୨ ଜଣ ଅଜଣା ଯୁବକ ରାସ୍ତାରେ ଅଟକାଇ, ତାଙ୍କ ଠାରୁ ଲୁଟ ପାଟ ଉଦ୍ୟମ ବେଳେ ଏକ ଧାରୁଆ ଛୁରୀରେ ଛାତ୍ରୀଙ୍କ ବେକ କାଟିବା ପାଇଁ ଉଦ୍ୟମ କରିଥିଲେ l
ତେବେ ୨ ଅସାମାଜିକ ଯୁବକଙ୍କ ସହିତ ସାହସିକତାର ସହିତ ମୁକାବିଲା କରିଥିବା ଶୁଭସ୍ମିତା ମରଣ ମୁହଁରୁ ବଞ୍ଚି ଯାଇଥିଲେ ମଧ୍ୟ, ତାଙ୍କ ଡାହାଣ ହାତ କୁ ଏକାଧିକ ସ୍ଥାନରେ ଯୁବକ ମାନେ ହାଣି ଲହୁ ଲୁହାଣ କରିଦେଥିବା ଦେଖିବାକୁ ମିଳିଛି l
ଅନ୍ୟ ପକ୍ଷରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳୀରୁ ଫେରାର ହେବାରେ ସଫଳ ହୋଇଛନ୍ତି l
କୁହୁଣ୍ଡା ପଞ୍ଚାୟତ ବିରୂପା ସେତୁ ନିକଟ ମୂଳବସନ୍ତ ମାଇନର କେନାଲ ବନ୍ଧ ଉପରେ ଏହି ଅଭାବନୀୟ ଘଟଣା ଘଟିଛି l ସ୍ଥାନୀୟ ଲୋକେ ଆହତ ଛାତ୍ରୀଙ୍କୁ ଚିଦାନନ୍ଦ ହସ୍ପିଟାଲ ମୂଳବସନ୍ତରେ ଭର୍ତ୍ତି କରିଥିଲେ l ସେଠାରୁ ମାହାଙ୍ଗା ମୁଖ୍ୟ ସରକାରୀ ହସ୍ପିଟାଲ କୁ ସ୍ଥାନାନ୍ତର
କରାଯାଇଛି l
ପୋଲିସ ଘଟଣା ସ୍ଥଳୀରେ ପହଂଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୁତ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରିରହିବା ସୂଚନା ଦେଇଛି l ଏଭଳି ଘଟଣା ଯୋଗୁ ଛାତ୍ରୀ ମାନଙ୍କୁ କଲେଜ ପଠାଇବାକୁ ଅଭିଭାବକ ମାନଙ୍କ ଚିନ୍ତାର କାରଣ ସୃଷ୍ଟି ହେଲାଣି l ରାସ୍ତା ଘାଟରେ ଅଜଣା ଯୁବକ ମାନଙ୍କ ଆତଙ୍କ ଦେଖିବାକୁ ମିଳୁଛି l ମରଣା ଅସ୍ତ୍ରରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ବୁତ୍ତ l ଏଣୁ ପୋଲିସ ପ୍ରଶାସନ ଉପରେ ପ୍ରଶ୍ନ ଉଠଉଛନ୍ତି ମାହାଙ୍ଗାର ବୁଦ୍ଧିଯିବି l ନିଜର ନିତ୍ୟ ଆବ୍ୟାସକ୍ୟ କର୍ମ କରିବାକୁ ସାଧାରଣ ଲୋକେ ବାହାରକୁ ଯିବାକୁ ଭୟ ପ୍ରକାଶ କଲେଣୀ l