• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦୁର୍ଘଟଣାରେ ଲୁହା ବି ଜଳିଗଲା, ହେଲେ ସେମିତି ସୁରକ୍ଷିତ ରହିଛି ଭଗବତ ଗୀତା

ByOdishri Khabar

Jun 14, 2025
Spread the love

ବିମାନ ଦୁର୍ଘଟଣାରେ ଯେତେବେଳେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ଆଉ ୨୬୫ ଜୀବନ ଚାଲିଯାଇଛି । ସେଥିରୁ ଅନୁମାନ କରନ୍ତୁ ଦୁର୍ଘଟଣା କେତେ ଭୟାନକ ହୋଇଥିବ । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତିଯିବା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି ଯେତେବେଳେ କୁହାଯାଉଛି । ଠିକ୍ ସେତିକି ବେଳେ ଆଉ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ବିମାନ ଦୁର୍ଘଟଣା ପରେ ବିସ୍ଫୋରଣରେ ସବୁକିଛି ଜଳିଗଲା, ଜୀବନ, ବିମାନ, ଲଗେଜ୍, ଖାତା, ବହି, ଡାଏରୀ, ଖେଳନା, ପର୍ସ, ଫୋନ, ଲାପଟପ ଭଳି ଅନେକ କିଛି । ଏମିତି କି ନିଆଁର ଆଁରେ ଲୁହା ସୁଦ୍ଧା ବି ତରଳି ଗଲା ହେଲେ ପବିତ୍ର ଭଗବତ ଗୀତାର କିଛି ବି ହୋଇନି । ନିଆଁରେ ଗୀତା ବହି ଜଳିନି ବରଂ ସେମିତି ଅକ୍ଷତ ଅବସ୍ଥାରେ ରହିଛି । ଯାହା ପଢିବା ଯୋଗ୍ୟ ମଧ୍ଯ ।

ଦୁର୍ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ ଏହି ଭଗବତ ଗୀତାକୁ ପାଇଥିବା ବେଳେ କେହି ଯାତ୍ରୀ ହୁଏତ ଭଗବତ ଗୀତାକୁ ନେଇ ଅହମଦାବାଦରୁ ଲଣ୍ଡନ ଯାଉଥିଲେ । ଦେଖନ୍ତୁ ସେ ଯାତ୍ରୀ ଜଳିଗଲେ କିନ୍ତୁ ଜଳିଲାନି ଭଗବତ ଗୀତା । ଏତେବଡ ଦୁର୍ଘଟଣାରେ ଭଗବତ ଗୀତା ଅକ୍ଷତ ଭାବେ ମିଳିବା ଘଟଣାକୁ କେହି କେହି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ରମେଶଙ୍କର ବି ହୋଇଥାଇପାରେ ବୋଲି କହୁଛନ୍ତି । ମାତ୍ର ସ୍ପଷ୍ଟ ହୋଇନି ଭଗବତ ଗୀତାକୁ କେଉଁ ଯାତ୍ରୀ ନେଇ ଯାତ୍ରା କରୁଥିଲେ । ହେଲେ ଏଭଳି ନିଆଁରୁ ଭଗବତ ଗୀତା ବର୍ତ୍ତିଯିବା ଧାର୍ମିକ ଚେତନାକୁ ଓ ଭାବାବେଗକୁ ଆହୁରି ମଜବୁତ କରିଛି । ଲୋକଙ୍କ ମନରେ ଈଶ୍ବରୀୟ ଭାବନା ଜାଗ୍ରତ କରିଛି । ଜୀବନରେ ସବୁ ଚାଲିଯିବ ହେଲେ ଈଶ୍ବରୀୟ ଭାବନାର ମୃତ୍ୟୁ ନାହିଁ…

Leave a Reply

Your email address will not be published. Required fields are marked *