• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନବ ନିଯୁକ୍ତ ଓଡ଼ିଶା ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ

ByOdishri Khabar

Jul 30, 2025
Spread the love

ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ହୋଟେଲ୍ ପ୍ରୋଗ୍ରେସିନ ଠାରେ ଦିବା ୨ ଘଣ୍ଟା ରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫ ରୁ ନବ ନିଯୁକ୍ତ ଓଡ଼ିଶା ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭୟ ସାହୁ ଙ୍କୁ ସ୍ୱାମର୍ଦ୍ଧନା ଦିଆ ଯାଇଥିଲା। ଅନେକ କୃଷକ ଙ୍କ ଉପସ୍ଥିତି ରେ ଏକ କୃଷକ ସଂଘଠାନିକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। କିପରି କୃଷକ ଆଗକୁ ଠିକ୍ ସମୟ ରେ ଧାନ ବିକ୍ରି ସାଙ୍ଗକୁ ଧାନ ର ସଠିକ୍ ସହାୟକ ମୂଲ୍ୟ ପାଇବେ ସେ ବିଷୟରେ ଶ୍ରୀ ସାହୁ ଅଭିମତ ରଖିଥିଲେ। ଚାଷୀ ଧାନ ବିକ୍ରି ପରେ କିପରି ତାର ପ୍ରାପ୍ୟ ସଠିକ୍ ସମୟ ରେ ପାଇ ପାରିବ ସେ ନେଇ ମଧ୍ୟ ସଭା ରେ ଆଲୋଚନା ହୋଇଥିଲା। ଶ୍ରୀ ଅଭୟ ସାହୁ ଚାଷୀ ଙ୍କୁ ଠିକ୍ ସମୟ ରେ ବିମା ପ୍ରଦାନ ସାଙ୍ଗ କୁ ସରକାର ପେନସନ ବ୍ୟବସ୍ଥା କରିବା ପାଇଁ ଗଣ ମାଧ୍ୟମ ଜରିଆରେ ଅନୁରୋଧ ରଖିଛନ୍ତି। ଶ୍ରୀ ପାତ୍ର ବହୁ ସଂଖ୍ୟା ରେ ଯୋଗଦାନ କରିଥିବା ଚାଷୀ ଓ କର୍ମୀ ଙ୍କୁ ଉଦବୋଧନ ଦେବା ସହ ଏକ ବର୍ଷ ଭିତରେ ସଂଘଠନ କୁ ସୁଦୃଢ କରିବାକୁ କହିଥିଲେ।ଆଜି ର ଏହି ସ୍ଵାଗତ ସ୍ଵମର୍ଦ୍ଧନା ସଭା ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ ସଦସ୍ୟ ସୁଧୀର ପଣ୍ଡା ଙ୍କ ସହ ଅନେକ ଚାଷୀ ନେତା ଓ କର୍ମୀ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *