• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପାକିସ୍ତାନ ଟଙ୍କାରେ ପୁରୀରେ ହୋଟେଲ

ByOdishri Khabar

May 22, 2025
Spread the love

ଛୋଟିଆ ଦୋକାନରୁ କୋଟିପତି ପ୍ରିୟଙ୍କାଙ୍କ ବାପା
ତେଜରାତି ଦୋକାନରୁ ହୋଟେଲ ମାଲିକ । ଗୋଟିଏ ନୁହେଁ ଏକାଧିକ ହୋଟେଲ ଓ ରେସ୍ତୋରାଁ ଚଳାଉଛନ୍ତି ପ୍ରିୟଙ୍କା ସେନାପତିଙ୍କ ବାପା? ହଠାତ କିଭଳି ଏତେ ସବୁ ସମ୍ପତ୍ତିର ମାଲିକ ବନିଗଲେ ପ୍ରିୟଙ୍କାଙ୍କ ବାପା । ପାକିସ୍ତାନ ପାଇଁ ଗୁପ୍ତଚରୀ ମାମଲରେ ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ପୋଲିସ ସ୍କାନରରେ ରହିଛନ୍ତି ପୁରୀର ଝିଅ ପ୍ରିୟଙ୍କା ସେନାପତି। କାରଣ ଜ୍ୟୋତି ସହ ପାକିସ୍ତାନ ଯାଇଥିଲେ ପ୍ରିୟଙ୍କା। ଏମିତିକି ପ୍ରିୟଙ୍କାଙ୍କ ହୋଟେଲ ଉଦ୍ଘା‌ଟନୀ ଉତ୍ସବରେ ଯୋଗ ଦେବାକୁ ପୁରୀ ଆସିଥିଲା ଜ୍ୟୋତି। ୩ ଦିନ ପୁରୀରେ ରହିଥିଲା ସେ। ଆଉ ଜ୍ୟୋତି ଗିରଫ ହେବା ପରେ ସବୁ ପାକିସ୍ତାନରେ କରିଥିବା ସବୁ ଭିଡିଓ ଡିଲିଟ କରି ଦେଇଛନ୍ତି ପ୍ରିୟଙ୍କା । ଯାହାକୁ ନେଇ ବଢ଼ିଛି ସନ୍ଦେହ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପୁରୀ ବାସିନ୍ଦା । ପୁରୀ ଏସପି କହିଛନ୍ତି, ସେସବୁ ନଜରରେ ରହିଛି ।ନ୍ୟୁ ପାରିଜାତ ହୋଟେଲ ଆଣ୍ଡ ରେସ୍ତୋରାଣ୍ଟ, ହୋଟେଲ ବାସୁ ଏବଂ ଆଉ ଏକ ଆଇସସ୍କ୍ରିମ ପାର୍ଲର, ଏମିତି ବ୍ୟବସାୟ ପ୍ରତିଷ୍ଠାନ ଏବେ ରହିଛି ପ୍ରିୟଙ୍କାଙ୍କ ବାପାଙ୍କ ନାଁରେ । ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ହଠାତ୍ ପ୍ରିୟଙ୍କାଙ୍କ ପରିବାରର ସମ୍ପତ୍ତିବାଡ଼ି କେମିତି ବଢିଗଲା । ଜ୍ୟୋତିଙ୍କ ସହ ସଂପର୍କରେ ଆସିବା ପରେ ଏସବୁ ପ୍ରଶ୍ନ ଉଠିଛି । ହେଉଥିବା ଚର୍ଚ୍ଚା ଅନୁସାରେ ଏକ ଛୋଟିଆ କିରାଣା ଦୋକାନ କରିଥିଲେ ପ୍ରିୟଙ୍କାଙ୍କ ବାପା । କିନ୍ତୁ ଏହା ଭିତରେ ସେ ହୋଟେଲ ଲିଜରେ ନେଇ ଚଳାଇବା ଓ ରେସ୍ତୋରାଣ୍ଟର ମାଲିକ ବନିବା ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *