ନିର୍ବାଚନ ପରେ ପ୍ରଥମ ଥର ଏକାଠି ଆସିଲେ ନଜର
ରହସ୍ୟଜନକ ଭାବେ ଓଡ଼ିଶା ବାହାରକୁ ଯାଇ ଫେରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ସହ ଯାଇଥିଲେ ଭିକେ ପାଣ୍ଡିଆନ । ଏହାକୁ ନେଇ ଯେତିକି ଚର୍ଚ୍ଚା, ତାଠାରୁ ଅଧିକ ଚର୍ଚ୍ଚା ଯେ ବିଜେଡିରେ ଏବେ ଚାଲିଛି କଣ । କାରଣ ନବୀନଙ୍କ ଅନୁପସ୍ଥିତିରେ ବିଧାନସଭାରେ ଯେମିତି ବିଜେଡି ଏକପ୍ରକାର ନିଷ୍କ୍ରିୟ ଅବସ୍ଥାରେ ଥିଲା । ପୂରା କ୍ୟାମ୍ପରେ ଅସମ୍ଭବ ନିରବତା ଖେଳିଯାଇଥିଲା । ଯାହାର ସୁଯୋଗରେ ବିରୋଧୀ ଦଳ ଭୂମିକାକୁ ହାଇଜାକ୍ କରି ନେଲା କଂଗ୍ରେସ । କୁହାଯାଉଛି, ବାରମ୍ବାର ନବୀନ ଦିଲ୍ଲୀ ପଛରେ ବିଜେଡିରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ ।ରାଜନୈତିକ ସମୀକ୍ଷକଙ୍କ ମତରେ ବିରୋଧୀ ଦଳ ନେତା ବିଧାନସଭାରେ ନ ରହିବା, ଅରୁଣ ସାହୁଙ୍କ ନେତୃତ୍ବରେ ଛୋଟ ବଡ଼ ବିରୋଧ କରିବା ସଂକେତ ଦେଉଛି ପରଦା ପଛରେ କିଛି ଗୋଟିଏ ବଡ଼ ନିଷ୍ପତ୍ତି ଚାଲିଛି, ନଚେତ ବିଜେଡି ସାମାନ୍ୟ ଦ୍ବନ୍ଦ୍ବରେ ରହିଛି ।
ଏ ସବୁ ଘଟଣା ଭିତରେ ପାଣ୍ଡିଆନଙ୍କ ବିଦେଶ ଯିବା ଚର୍ଚ୍ଚା, ନିର୍ବାଚନ ପରେ ନବୀନ ଓ ପାଣ୍ଡିଆନଙ୍କୁ ପ୍ରଥମେ ସାଙ୍ଗରେ ଦେଖିବା ଦୃଶ୍ୟ, ହଠାତ୍ ସୁଜାତାଙ୍କ ଇସ୍ତଫା ଅନ୍ୟକିଛି ରାଜନୈତିକ ଘଟଣା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି । ବିଜେଡିର ପରବର୍ତ୍ତୀ ପଦକ୍ଷେପ ଉପରେ ସାରା ଦେଶର ନଜର ରହିଛି ।