• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୁଣି ପାକିସ୍ତାନ ଉପରେ ଭାରତର ପ୍ରହାର

ByOdishri Khabar

May 5, 2025
Spread the love

ପୁଣି ପାକିସ୍ତାନ ଉପରେ ଭାରତର ପ୍ରହାର । ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ୍ କଲା ଭାରତ । ସିନ୍ଧୁ ପରେ ଏବେ ଚେନାବ ନଦୀର ଜଳ ବନ୍ଦ । ଜମ୍ମୁ କାଶ୍ମୀର ରାମବନ ନ ଅଞ୍ଚଳରେ ଥ‌ିବା ବାଗ୍ଲିହର ଡ୍ୟାମର ସବୁ ଗେଟ୍ ବନ୍ଦ କଲା ଭାରତ । ଡ୍ୟାମ ବନ୍ଦ ହେବା ପରେ ପାକିସ୍ତାନକୁ ଯାଇଥିବା ଚେନାବ ନଦୀ ଶୁଖୁଲା ପଡିଛି । ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।ବାଗ୍ଲିହର ଡ୍ୟାମ ଦ୍ବାରା ଭାରତ-ପାକିସ୍ତାନ ମଧ୍ୟରେ ଜଳ ପ୍ରବାହ ହୋଇଥାଏ । ଜଳସ୍ତର କମିବା ପରେ ପାକିସ୍ତାନର ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ବାଗ୍ଲିହର ନୁହେଁ ଆଗାମୀ ଦିନରେ ଭାରତ ଝେଲମ ନଦୀର କ୍ରିଷ୍ଣାଗଙ୍ଗା ଡ୍ୟାମ ମଧ୍ୟ ବନ୍ଦ କରିବାକୁ ଯୋଜନା କରିଛି ।ସେପଟେ ଜାମ୍ମୁକାଶ୍ମୀର ରେଇସରେ ଥିବା ସାଲାଲ ଡ୍ୟାମର ସବୁ ଗେଟ୍ ବନ୍ଦ କରାଯାଇଛି ଯାହା ଫଳରେ ଚେନାବ ନଦୀରେ ଜଳସ୍ତର ହ୍ରାସ ପାଇଛି । ତେବେ ଭାରତ ପକ୍ଷରୁ ଡ୍ୟାମ୍ ବନ୍ଦ ପରେ ପ୍ରତିକ୍ରିୟା ରଖିଛନ୍ତି ନଦୀ କୂଳିଆ ଲୋକେ । କହିଛନ୍ତି- ଆମେ ଖୁସି ଯେ ଭାରତ ସରକାର ପାକିସ୍ତାନକୁ ପାଣି ଛାଚିବା ବନ୍ଦ କରି ଦେଇଛନ୍ତି । ପହଲଗାମ ଆକ୍ରମଣର ଏମିତି ଉଚିତ ଜବାବ ଦିଆଯାଉ, ସରକାରଙ୍କ ନିଷ୍ପତ୍ତିରେ ଆମେ ସହମତ । ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ପାକିସ୍ତାନକୁ ପାନେ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *