ଆଇପିଏଲ ୨୦୨୫ ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଏହି ମୁକାବିଲାରେ ଆନ୍ଦ୍ରେ ରସେଲ ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଇନିଂସରେ ସେ ୬ଟି ଛକା ମାରିଥିଲେ।
ରସେଲ ରାଜସ୍ଥାନ ବୋଲରମାନଙ୍କୁ ପ୍ରବଳ ମାଡ଼ ଦେଇଥିଲେ। ସେ ମାତ୍ର ୨୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ରସେଲଙ୍କ IPL 2025 ର ପ୍ରଥମ ଅର୍ଦ୍ଧଶତକ। କହିରଖୁ, ରସେଲ ରାଜସ୍ଥାନ ବିପକ୍ଷରେ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ରାଜସ୍ଥାନ ବିପକ୍ଷରେ ରସେଲଙ୍କୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା, ସେ ରିଙ୍କୁ ସିଂହଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ଆସିଥିଲେ। ରସେଲ ୨୫ ବଲ୍ ରେ ତାବଡତୋଡ ୫୭ ରନ୍ କରିଥିଲେ। ଏହି ଇନିଂସରେ ରସେଲ ୪ ଚୌକା ଏବଂ ୬ ଗଗନଚୁମ୍ୱୀ ଛକା ସାମିଲ ଥିଲା ।ଏହା ୧୮ ତମ ଆଇପିଏଲ ସଂସ୍କରଣରେ ୧୫ ଟି IPL ଇନିଂସରେ ରସେଲଙ୍କ ପ୍ରଥମ ଅର୍ଦ୍ଧଶତକ। ରସେଲଙ୍କ ଇନିଂସ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି। ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ କୋଲକାତାକୁ ତାହାର ଆଗାମୀ ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ।ଏହି ମ୍ୟାଚ୍ ପୂର୍ବରୁ ରସେଲ କେବଳ ୭୨ ରନ୍ କରିଥିଲେ। କିନ୍ତୁ, ଏହି ଗୋଟିଏ ଇନିଂସରେ ସେ ଅପରାଜିତ ୫୭ ରନ୍ କରିଥିଲେ। ଏହି ଇନିଂସ ଯୋଗୁଁ କେକେଆର ରାଜସ୍ଥାନକୁ ୨୦୭ ରନ୍ ର ଟାର୍ଗେଟ ଦେଇ ମାତ୍ର ୧ ରନରେ ବିଜୟୀ ହୋଇଛି।: ଏହି ସିଜିନରେ ଏପର୍ଯ୍ୟନ୍ତ KKR ୧୧ ଟି ମ୍ୟାଚରୁ ୫ ଟି ଜିତିଛି। ନାଇଟ ରାଇଡର୍ସ ୧୧ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଅଛି। KKR କୁ ଏଠାରୁ ବାକି ସମସ୍ତ ଚାରୋଟି ମ୍ୟାଚ ଜିତିବାକୁ ପଡିବ, ତେବେ ହିଁ ସେମାନଙ୍କର ପ୍ଲେଅଫରେ ପହଞ୍ଚିବାର ସୁଯୋଗ ରହିବ। ସେପଟେ ବୃଥା ହୋଇଯାଇଛି ରିୟାନ ପରାଗଙ୍କ ଲଢୁଆ ବିସ୍ଫୋରକ ଇନିଂସ। ଆଇପିଏଲ୍ ୨୦୨୫ର ୫୩ତମ ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି କୋଲକାତା ନାଇଟ୍ ରାଇଡର୍ସ। ପୂର୍ବରୁ ଚଳିତ ସିଜିନର ପ୍ଲେ ଅଫ୍ ଦୌଡ଼ରୁ ରାଜସ୍ଥାନ ବାଦ୍ ପଡ଼ି ସାରିଥିବା ବେଳେ ଏହି ମ୍ୟାଚ୍ ଜିତିବା କେକେଆର ପାଇଁ ଜରୁରୀ ଥିଲା। ଆଉ ମ୍ୟାଚ୍କୁ ମାତ୍ର ୧ ରନରେ ଜିତି ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରଖି ପାରିଛି କୋଲକାତା। ଆଜିର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୪ ଓ୍ଵିକେଟ୍ ହରାଇ ୨୦୬ ରନ କରିଥିଲା। ଆନ୍ଦ୍ରେ ରସେଲ ୫୭ ରନ, ଅଙ୍ଗକୃଷ ରଘୁବଂଶୀ ୪୪ ରନର ଇନିଂସ ଖେଳିଥିଲେ। ଜବାବରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି। ରିୟାନ ପରାଗ ୯୫ ରନର ଲଢୁଆ ଇନିଂସ ଖେଳିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି। ଜୟସ୍ଵାଲ ୩୪ ରନ କରିଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୨୨ ରନ ଦରକାର ଥିବା ବେଳେ ଦଳ ୨୦ ରନ କରି ପାରିଥିଲା।