ବାହାନଗା ରେଳ ଟ୍ରାଜେଡିକୁ ଦୁଇ ବର୍ଷ ପୁରି ନଥିବା ବେଳେ ଏବେ ପୁଣି ଥରେ ଦେଖିବାକୁ ମିଳିଛି ସମାନ ପ୍ରକାରର ଅଭାବନୀୟ ଘଟଣା । ଯାହାକୁ ନେଇ ପୁଣି ଥରେ ରେଳ ବିଭାଗକୁ ନେଇ ପ୍ରଶ୍ନ ଉଠିଛି । ହଁ ଦର୍ଶକ ବନ୍ଧୁ ଗତ କାଲି ଘଟି ଯାଇଛି ପୁଣି ଏକ ରେଳ ଦୁର୍ଘଟଣା । ବେଙ୍ଗାଳୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ କଟକ ଷ୍ଟେସନ ପାର୍ ହେବା ପରେ ମଙ୍ଗୁଳି ନିକଟରେ ହଠାତ୍ ଟ୍ରାକ୍ରୁ ତଳକୁ ଖସି ଲାଇନଚ୍ୟୁତ ହୋଇ ଯାଇଥିଲା । ଟ୍ରେନ୍ର ଏଗାରଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚିଛି ଆହତଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରିଥିଲା । ହେଲେ ପ୍ରକୃତରେ କେତେ ଲୋକ ମୃତ୍ୟୁ ବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ବାରମ୍ବାର କାହିଁକି ରେଳ ଦୁର୍ଘଟଣାଘଟୁଛି ଏନେଇ କାହିଁକି କିଛି ସଠିକ୍ ତଦନ୍ତ ହେଉନି ତାକୁ ନେଇ ଏବେ ଚର୍ଚ୍ଚା ଜୋରରେ ଧରିଛି ।