ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଚ୍ୟୁତାନନ୍ଦ ପିଠ ରେ ପୁଷ୍ୟାଅଭିଷେକ ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଙ୍କ ଗସ୍ତ ସମୟରେ ନେମାଳ ନଦୀ ବନ୍ଧ ନିକଟ ଅଚ୍ୟୁତାନନ୍ଦ ତ୍ବରଣ ନିକଟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କଟକ ସଦର ବିଧାୟକ ପ୍ରକାଶ ସେଠୀ ଓ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବିଜେପି କର୍ମୀ ଙ୍କ ସହିତ ଅଚ୍ୟୁତାନନ୍ଦ ପୀଠ ଉନ୍ନତିକରଣ ପ୍ରକଳ୍ପ ର ଶିଳାନ୍ୟାସ କରିବାକୁ ଯାଉଥିବା ସମୟରେ ପୂର୍ତ୍ତ ମନ୍ତ୍ରୀ ଙ୍କ ସହିତ ସେଲ୍ଫି ଉଠାଇବାକୁ ଜଣେ ଯୁବବିଜେପି କର୍ମୀ ଚେଷ୍ଟା କରୁଥିଲେ ଏହି ସମୟରେ ମାହାଙ୍ଗା ର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରି ବାହାର କରିଦେଇଥିଲେ, ପୁନର୍ବାର ସମ୍ପୃକ୍ତ କର୍ମୀ ଉଦ୍ୟମ କରିବାରୁ ବିଧାୟକ ସାରଦା ପ୍ରଧାନ ତାଙ୍କୁ ମୁଥ ମାରିବା ସହିତ, ପୂର୍ତ୍ତ ମନ୍ତ୍ରୀ ଓ ସଦର ବିଧାୟକ ଙ୍କ ସୁରକ୍ଷା ଦାୟିତ୍ୱ ରେ ଥିବା ପି ଏସ ଓ ଙ୍କୁ ମଧ୍ୟ ମାଡ଼ ମାରୁଥିବା ଓ ଧକ୍କା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।ପୂର୍ତ୍ତ ମନ୍ତ୍ରୀ ପୃଥିବିରାଜ ହରିଚନ୍ଦନ ଙ୍କ ଗସ୍ତ ସମୟରେ ସାରଦା ଙ୍କ ଏଭଳି ଦାଦାଗିରି ଆଚରଣ କୁ ନେଇ ବିଜେପି କର୍ମୀ ଙ୍କ ମହଲ ରେ ଅସନ୍ତୋଷ ଦେଖା ଦେଇଛି। ଏଭଳି ଆଚରଣ କୁ ନେଇ ଜନସାଧାରଣ ନିନ୍ଦା କରିଛନ୍ତି।