• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୃଥିବୀ ପାଇଁ ହେଇଚି ଭବିଷ୍ୟ ବାଣୀ

ByOdishri Khabar

Feb 2, 2025
Spread the love

ମଣିଷ ଭୁଲି ଯାଇଛି, ହେଲେ ନଦୀ ସେସବୁ ମନେ ରଖିଛି । ଗଙ୍ଗା କାନ୍ଦିଲେ ସେ ଲୁହରେ ଚାରିଆଡେ ଭର୍ତ୍ତି ହୋଇଯିବ । ଆଉ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦର୍ଶକ ବନ୍ଧୁ ଏଭଳି କଥା ନେଇ ପୃଥିବୀ ପାଇଁ ହେଇଚି ଭବିଷ୍ୟ ବାଣୀ। ହଁ ଆଜ୍ଞା ଏ କଥା ଆମର ନୁହେଁ ଏ କଥା ହେଉଛି ଅଘୋରୀ ବାବାଙ୍କ ଭବିଷ୍ୟବାଣୀ । ମହାକୁମ୍ଭରେ ଦେଖିବାକୁ ମିଳିଛନ୍ତି ୯୫ ବର୍ଷୀୟ ଅଘୋରୀ ବାବା । ପ୍ରୟାଗରାଜ ମହାକୁମ୍ଭ ମେଳାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଅଘୋରୀ ବାବାଙ୍କ ଭବିଷ୍ୟବାଣୀ ଶୁଣି ଭୟଭୀତ ହୋଇଯାଇଛନ୍ତି ଲୋକେ । ୯୫ ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ପୃଥିବୀ ନିଜ ଗତି ବଦଳାଇଲାଣି । ଆଗାମୀ ଦିନରେ ସଙ୍ଗମ ସ୍ଥଳ ବଦଳି ଯିବ । ସମୟ ସହିତ ସଙ୍ଗମକୁ ନୂଆ ସ୍ଥାନ ମିଳିବ । ଭବିଷ୍ୟତ ପିଢି ନୂଆ ସ୍ଥାନରେ କୁମ୍ଭର ଆୟୋଜନ କରିବେ । ତେବେ ବାବା ଦାବି କରିଛନ୍ତି ଯେ ନଦୀ ନିଜ ଗତିପଥ ବଦଳାଇ ଦେବ । ସେ ସମୟରେ ଆଉ କାହାର ଜମିରେ ରହିଛୁ ବୋଲି ସହରବାସୀ ଅନୁଭବ କରିବେ । ଆଗାମୀ ଚାରି ବର୍ଷରେ ଏହି ସବୁ ଘଟଣା ଘଟିବ । ବାବା କାଳପୁରୁଷ ପାଣିକୁ ନେଇ କହିଛନ୍ତି ଯେ ପାହାଡ଼ ରାସ୍ତା ଛାଡ଼ିଦେବ । ଧିରେ ଧିରେ ନଦୀ ନିଜ ପାଇଁ ନୂଆ ମାର୍ଗ ଖୋଜିନେବେ । ପୃଥିବୀରେ ଥିବା ଅନେକ ମନ୍ଦିର ଅଚାନକ ପୁଣି ବାହାରି ଆସିବ। ବାବାଙ୍କର ଏହି ଚେତାବନୀ ଯାହା ଏବେ ମହାକୁମ୍ଭରେ ଭୟ ସୃଷ୍ଟି କରିଛି । ତେବେ ଏ ଭବିଷ୍ୟବାଣୀ କେତେ ସତ କେତେ ମିଛ, ତାହା ଆଗାମୀ ଭବିଷ୍ୟ ହିଁ କହିବ ।

Leave a Reply

Your email address will not be published. Required fields are marked *