• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୋଷ୍ଟ ଅଫିସ ସ୍କିମ୍‌ କରିବ ମାଲାମାଲ୍‌

ByOdishri Khabar

Apr 30, 2025
Spread the love

ମହିଳାଙ୍କ କଲ୍ୟାଣ ପାଇଁ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ମହିଳାମାନେ ସଶକ୍ତ ହେବା ସହିତ ଆତ୍ମନିର୍ଭର ହୋଇପାରୁଛନ୍ତି ।ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ପୋଷ୍ଟ ଅଫିସ ପକ୍ଷରୁ ନୂଆ ନୂଆ ସ୍କିମ୍‌ ବି ଘୋଷଣା କରାଯାଉଛି । ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଏବେ ନୂଆ ଯୋଜନା ଆରମ୍ଭ କରିଛି ପୋଷ୍ଟ ଅଫିସ୍ ।ପୋଷ୍ଟ ଅଫିସ ପକ୍ଷରୁ ମହିଳାଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରାଯାଇଛି । ଯାହାର ନାଁ ହେଉଛି ମହିଳା ସମ୍ମାନ ପ୍ରମାଣପତ୍ର ଯୋଜନା । ଏହି ଯୋଜନାରେ ମହିଳାମାନେ ୨ ବର୍ଷ ପାଇଁ ଟଙ୍କା ନିବେଶ କରିପାରିବେ ।ବଡ କଥା ହେଉଛି ଏହି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ଯାଏଁ ଦେଶବ୍ୟାପୀ ୧୮ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଏହି ଯୋଜନାରେ ନିବେଶ କରିସାରିଲେଣି । ଯାହାର ପରିମାଣ ପ୍ରାୟ ୧୧ କୋଟି ଟଙ୍କାରୁ ବି ଅଧିକ ।ଏହି ଯୋଜନାରେ ମହିଳା ମାନେ ଅତି କମ୍‌ରେ ୧ ହଜାର ଟଙ୍କା ନିବେଶ କରିପାରିବେ । ମହିଳା ସମ୍ମାନ ପ୍ରମାଣପତ୍ର ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ।ଯଦି ଏହି ଯୋଜନାରେ ନିବେଶ କରିବାକୁ ଚାହିଁବେ ତେବେ ପ୍ରଥମେ ପୋଷ୍ଟ ଅଫିସ ଯାଇ ଖାତା ଖୋଲିବାକୁ ପଡିବ । ଏହି ଯୋଜନାରେ କେବଳ ମହିଳା ମାନେ ହିଁ ନିବେଶ କରିପାରିବେ । ଏହା ବ୍ୟତିତ ଯୁବତୀମାନେ ବି ଖାତା ଖୋଲିପାରିବେ । ଏଥିପାଇଁ ଅତି କମ୍‌ରେ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ ।କେବଳ ସେତିକି ନୁହେଁ ପୁରୁଷମାନେ ମଧ୍ୟ ନିଜ ପତ୍ନୀଙ୍କ ନାଁ ରେ ଏଠାରେ ନିବେଶ କରିପାରିବେ । କିନ୍ତୁ ନିବେଶ କରିବା ପୂର୍ବରୁ ସମସ୍ତ ଅନେକ ଗୁଡିଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ।ବଡ କଥା ହେଉଛି ଏହି ଯୋଜନାରେ ନିବେଶ କରିବାର ୧ ବର୍ଷ ପରେ ଖାତାରୁ ଟଙ୍କା ବାହାର କରିପାରିବେ । ଜମା କରିଥିବା ଟଙ୍କାର ୪୦ ପ୍ରତିଶତ ବାହାର କରିପାରିବେ ।୨ ବର୍ଷ ପାଇଁ ନିବେଶ କରିଲେ ମାଚ୍ୟୁରିଟି ପରେ ସୁଧ ବାବଦରୁ ୭.୫ ପ୍ରତିଶତ ଟଙ୍କା ପାଇପାରିବେ । ଏହା ସହିତ ଜମା କରିଥିବା ଟଙ୍କା ବି ମିଳିଯିବ । କିନ୍ତୁ ଯଦି ମାଚ୍ୟୁରିଟି ପୂର୍ବରୁ ଖାତା ବନ୍ଦ କରିବାକୁ ଚାହିଁବେ ତେବେ ୫.୫ ପ୍ରତିଶତ ସୁଧ ମିଳିବ ।ଉଦାହରଣ ସ୍ବରୂପ ଯଦି ପୋଷ୍ଟ ଅଫିସରେ ମହିଳା ସମ୍ମାନ ପ୍ରମାଣପତ୍ର ଯୋଜନାରେ ୨ ବର୍ଷରେ ଦେଢ ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ୭.୫ ପ୍ରତିଶତ ହିସାବରେ ୨ ବର୍ଷରେ ୨୪ ହଜାର ଟଙ୍କା କେବଳ ସୁଧ ଆକାରରେ ମିଳିବ । ମାଚ୍ୟୁରିଟି ପରେ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ ।ଆଉ ଯଦି ଖାତା ଖୋଲିବା ପରେ ନିବେଶକଙ୍କ କୌଣସି କାରଣରୁ ରୋଗଗ୍ରସ୍ତ ହୋଇଯାଆନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇଯାଏ ତେବେ ସେ କ୍ଷେତ୍ରରେ ୬ ମାସ ପରେ ଖାତା ବନ୍ଦ କରିପାରିବେ ।

Leave a Reply

Your email address will not be published. Required fields are marked *