• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରତ୍ୟୁଷା ରାଜେଶ୍ୱରି ସିଂ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ByOdishri Khabar

Jul 20, 2025
Spread the love

ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରି ସିଂ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧ ନୟାଗଡ ରୁ (ଜୟନ୍ତ କୁମାର ମିଶ୍ର) ରିପୋର୍ଟ ୧୯/୭/୨୦୨୫

ନୟାଗଡ଼ ଜିଲ୍ଲା,ଓଡ଼ଗାଁ ଠାରେ ପ୍ରତ୍ୟୁଷା ରାସେଶ୍ୱରୀ ସିଂ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା।
ଭାରତୀୟ ଜନତା ପାର୍ଟି ଓଡ଼ଗାଁ ପଞ୍ଚାୟତ ସମିତି,ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପି ମଣ୍ଡଳ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟା ଭାବେ ନବ ନିଯୁକ୍ତ ,ନୟାଗଡ଼ ଜିଲ୍ଲାର ଲୋକପ୍ରିୟ ବିଜେପି ନେତ୍ରୀ ତଥା ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀନି ପ୍ରତ୍ୟୁଷା ରାସେଶ୍ୱରୀ ସିଂ ( ରାଣୀ ମା) ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଓଡ଼ଗାଁ ମିନି ଷ୍ଟାଡିୟମ ଠାର ଆୟୋଜିତ ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତର ବିଜେପି ନେତା ଙ୍କ ସମେତ ହଜାର ହଜାର ବିଜେପି କର୍ମୀ ଯୋଗଦେଇ ରାଣୀ ପ୍ରତ୍ୟୁଷା ରାସେଶ୍ୱରୀ ସିଂ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
କେନାଲ ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ହଜାର ସଂଖ୍ୟାରେ ବିଜେପି ନେତା ଓ କର୍ମୀ ମାନେ ବାଇକ ଶୋଭାଯାତ୍ରା ରେ ରାଣୀ ପ୍ରତ୍ୟୁଷା ଙ୍କୁ ପାଛୋଟି ଆଣିଥିବା ବେଳ,ବାଇକ ଶୋଭାଯାତ୍ରା ଓଡ଼ଗାଁ ସହର ପରିକ୍ରମା କରିବା ପରେ ବିଜେପି ନେତା ଓ କର୍ମୀଙ୍କ ଗହଣରେ ସମ୍ବର୍ଦ୍ଧନା ସ୍ଥଳ ବ୍ଲକ ନିକଟ ମିନିଷ୍ଟାଡ଼ିୟମ ଠାରେ ପହଞ୍ଚିଥିଲେ।
ଯେଉଁଠାରେ କି ଉପସ୍ଥିତ ମହିଲ ବିଜେପି ମହିଳା କର୍ମୀ ରାଣୀ ପ୍ରତ୍ୟୁଷା ଙ୍କୁ ବନ୍ଦାପନା କରି ପୁଷ୍ପଗୁଚ୍ଛ ଦେଇ ସଭମଞ୍ଚ ଉପରକୁ ପାଛୋଟି ନେଇଥିଲେ।ଓଡ଼ଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବିଜେପି କର୍ମକର୍ତ୍ତା,ଓଡ଼ଗାଁ ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପି ମଣ୍ଡଳ କର୍ମକର୍ତ୍ତା ଙ୍କ ସମେତ ଓଡେଜ ଓକିଲ ସଂଘ,ସାମ୍ବାଦିକ ସଂଘ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟା ଭାବେ ନିଯୁକ୍ତ ନୟାଗଡ଼ ଜିଲ୍ଲାର ଲୋକପ୍ରିୟ ବିଜେପି ନେତ୍ରୀ ରାଣୀ ପ୍ରତ୍ୟୁଷା ରାସେଶ୍ୱରୀ ସିଂ ଙ୍କୁ ପୁଷ୍ପ ଗୁଚ୍ଛ ଇ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ରାଷ୍ଟ୍ରୀୟ ପରିଷଦ ସଦସ୍ୟା ଭାବେ ନିଯୁକ୍ତ ରାଣୀ ପ୍ରତ୍ୟୁଷା ରାସେଶ୍ୱରୀ ନୟାଗଡ଼ ଜିଲ୍ଲା ର ସମସ୍ତ ବିଜେପି ନେତା ଓ କର୍ମୀ ଙ୍କୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।ଆଗାମୀ ଦିନରେ ନୟାଗଡ଼ ର ବିକାଶ ଦିଗରେ କରିବା ସହ ନୟାଗଡ଼ କୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବା କଥା ତାଙ୍କ ବକ୍ତବ୍ୟରେ କହିଥିଲେ.
ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମଣ୍ଡଳ ସଭାପତି ସଞ୍ଜୟ କୁମାର ସାହୁ,ମଣ୍ଡଳ ପ୍ରତିନିଧି ତପନ କୁମାର ସାମନ୍ତରାୟ, ବରିଷ୍ଠ ବିଜେପି ନେତା ନାସିର ଅହମ୍ମଦ ଙ୍କ ସମେତ ଓଡ଼ଗାଁ ବ୍ଲକ ବିଜେପି ର ଯୁବନେତା ମାନେ ଓ କର୍ମୀ ମାନେ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ରାଣୀ ପ୍ରତ୍ୟୁଷା ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ମହିଳା ବିଜେପି କର୍ମୀ ଓ ନେତ୍ରୀ ଙ୍କ ସମେତ ହଜାର ସଂଖ୍ୟାରେ ବିଜେପି ନେତା କର୍ମୀ ଏବଂ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *