ଅନୁଗୋଳ ଜିଲ୍ଲା ବଇଣ୍ଡା ହଣ୍ଡପା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଯୁବକ ଦିଲ୍ଲୀପ ସାମଲର ମୃତ ଦେହ ପଡ଼ିଥିବା ଗ୍ରାମବାସୀ ବଇଣ୍ଡା ଫାଣ୍ଡି କୁ ଖବର ଦେଇଥିଲେ। ଆଉ ଖବର ପାଇ ଫାଣ୍ଡି ଅଧିକାରୀ ଓ ଷ୍ଟାଫ ଘଟଣା ସ୍ଥଳରେ ପହଂଚିଥିଲେ। ତେବେ ଗତକାଲି ରାତି ପାଖାପାଖି 10 ଟା ସମୟରେ ଘଟିଥିବା ଏହି ଘଟଣାରେ ଜଡ଼ିତ ଥିବା ଦୁର୍ବୁତ୍ତ ଫେରାର ହୋଇଯାଇଥିବାର ଜଣାପଡିଛି । ହେଲେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ କୁଆଡେ ବଇଣ୍ଡା ର ଏକ ଝିଅ ସହ ଇନଷ୍ଟlଗ୍ରାମ ରୁ ପ୍ରେମ ହୋଇଥିଲା ଦିଲ୍ଲୀପଙ୍କର। ଆଉ କୁଆଡେ ସେ ଝିଅ ମଙ୍ଗଳବାର ରାହୁଲ କୁ ଡାକି ଗୋବିନ୍ଦପୁର ଗ୍ରାମ ଜଙ୍ଗଲ ରେ ରାତିରେ ରହିବା ପାଇଁ ଡାକିଥିଲା । ହେଲେ ରାତିରେ ଶୀତ ହେବାରୁ ଶୀତବସ୍ତ୍ର ଆଣିବା ପାଇଁ ଦିଲ୍ଲୀପ ଯାଉଥିବା ବେଳେ ବାଟରେ ତାଙ୍କୁ ଦୁର୍ବୁତ୍ତ ବାଡେଇ ବାଡେଇ ମାରି ଦେଇଥିବା ପୁଅ ର ବାପା ହଣ୍ଡପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଝିଅ ସେଠାରୁ ଦୌଡ଼ି ସେ ଗ୍ରାମ ର ଏକ ଘରେ ପଶିଯାଇଥିଲା। ଏହା ପରେ ବଇଣ୍ଡା ଫାଣ୍ଡି କୁ ଖବର ଯିବା ପରେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଯାଇଥିବା ଜଣାପଡିଛି। ଝିଅ ପ୍ରେମ ସମ୍ପର୍କ ରୁ ମାରିନ ଥିବା ପୁଲିସ ଆଗରେ କହିଛି । ହେଲେ ବାସ୍ତବିକ ସତ୍ୟତା କେତେ ରହିଛି ତାହା ଏବେ ବି ଅସ୍ପଷ୍ଟ। ଯାହାର ତଦନ୍ତ ଆରମ୍ଭ ହୋଇ ଯାଇଛି ।