• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାଙ୍କଡ_ଉଡାଉଛି_ଗୁଡି

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ମେ ପ୍ରାୟତଃ ମାଙ୍କଡ଼ମାନଙ୍କର ମଜାଳିଆ କାର୍ଯ୍ୟକଳାପ ଅନେକ ସ୍ଥାନରେ ଦେଖିବାକୁ ପାଉ। ଅନେକ ସମୟରେ ମାଙ୍କଡ଼ମାନଙ୍କର ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଆମ ଆଖି ପଡେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମାଙ୍କଡ଼ର ଏପରି ଏକ ମଜାଳିଆ ଏବଂ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଆପଣମାନେ ଅନେକ ସମୟରେ ଦେଖିଥିବେ ଯେ ମାଙ୍କଡ଼ମାନେ କିପରି ମଣିଷଙ୍କୁ ହଇରାଣ କରନ୍ତି। କେତେବେଳେ ମଣିଷଙ୍କ ପରି ଚପଲ ନେଇଯିବା କିମ୍ବା ମୋବାଇଲ୍ ଫୋପାଡି ଦେବା ବା ଅନେକ ସମୟରେ ହାତରୁ ଖାଦ୍ୟ ଜିନିଷ ଛଡେଇ ନେବା। ଏହି ଭାଇରାଲ୍ ଭିଡିଓରେ ସେମିତି କିଛି ଦେଖିବାକୁ ମିଳେ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ହୁଏତ କେବଳ ମଣିଷମାନେ ଗୁଡି ଉଡାଉଥିବାର ଦେଖିଥିବେ। କିନ୍ତୁ ଆପଣ କେବେ ଏକ ମାଙ୍କଡ଼ ଗୁଡି ଉଡାଉଥିବାର ଦେଖିଛନ୍ତି କି? ଆପଣ ନିଶ୍ଚିତ କହିବେ, ନା…. । ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ମାଙ୍କଡ଼ ଘରର ଛାତ ଉପରେ ଠିଆ ହୋଇଥିବାବେଳେ ଏକ ଗୁଡି ଉଡାଉଥିବା ଦେଖିବାକୁ ମିଳୁଛି।
ଛାତ ଉପରେ ଏକ ମାଙ୍କଡ଼ ଗୁଡି ଉଢାଉଥିବାର ଏହି ଭାଇରାଲ୍ ଭିଡିଓ ଇଣ୍ଟର୍‌ନେଟ୍‌ରେ ଲୋକଙ୍କୁ ଚକିତ କରିଛି। ଲୋକମାନେ ଏହି ଭିଡିଓକୁ ଖୁବ୍ ଉପଭୋଗ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ୟୁଜର୍ @ mahadev__833 ଦ୍ୱାରା ଏହି ଭିଡିଓ ପୋଷ୍ଟ କରାଯାଇଛି। X ବ୍ୟବହାରକାରୀ ରୋଜି ଏହାକୁ କ୍ୟାପ୍‌ସନ୍ ସହ ଶେୟାର କରିବା ପରେ ଭିଡିଓଟି ଭାଇରାଲ ହୋଇଛି। ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଭାରତ ଆରମ୍ଭରୁ ଲୋକମାନଙ୍କ ପାଇଁ ନୁହେଁ। ବନାରସରେ ଏକ ମାଙ୍କଡ଼ ଗୁଡି ଉଡାଉଛି।”

ବାରାଣାସୀରେ ସୁଟିଂ ହୋଇଥିବା ଏହି ଭିଡିଓରେ, ମାଙ୍କଡ଼ଟି ଗୁଡିର ସୂତା ଧରି ବହୁତ ସତର୍କତାର ସହିତ ସମ୍ଭାଳୁଥିବା ଦେଖାଯାଏ। ଭିଡିଓରେ ଦେଖାଯାଏ ଯେ ମାଙ୍କଡଟି ତା’ର ହାତରେ ଗୁଡିର ସୂତାକୁ ଟାଣି ଟାଣି ଛାତ ଆଡକୁ ନେଇଆସୁଛି। ଭିଡିଓରେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଏହି ମାଙ୍କଡ଼ଟି କିପରି ମଣିଷ ଭଳି ସଂପୂର୍ଣ୍ଣ ପର୍‌ଫେକ୍ଟ ଭାବେ ଗୁଡିଟିକୁ ପରିଚାଳନା କରୁଛି। ଏହି ଭିଡିଓଟିକୁ ଆହୁରି କୌତୁହଳପୂର୍ଣ୍ଣ କରିଦେଉଛି ଏହାର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଶୁଣାଯାଉଥିବା ପାଟି। ମାଙ୍କଡଟି ଗୁଡି ଉଡାଉଥିବା ବେଳେ କିଛି ଲୋକ ପାଟି କରି ମାଙ୍କଡ଼କୁ ଉତ୍ସାହିତ କରୁଛନ୍ତି। ସେମାନେ ଜୟ ଜୟକାର କରୁଛନ୍ତି।
ସୋସିଆଲ୍ ମିଡିଆରେ ଲୋକେ ମାଙ୍କଡ ଏଭଳି କାର୍ଯ୍ୟକଳାପ ଦେଖି କମେଣ୍ଟ ନ କରି ରହିପାରୁ ନାହାନ୍ତି। ଜଣେ ବ୍ୟକ୍ତି ‘ଜୟ ଶ୍ରୀରାମ’ ଲେଖିଥିବା ବେଳେ ଆଉ ଜଣେ କହିଛନ୍ତି, ‘ଭୁଲନ୍ତୁ ନାହିଁ, ମାଙ୍କଡମାନେ ମଣିଷର ପୂର୍ବପୁରୁଷ।’ ଅନ୍ୟଜଣେ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖିଛନ୍ତି – ସେ ଭବିଷ୍ୟତ ଲକ୍ଷରେ ଅଛି ଏବଂ ଏହା ଡ୍ରୋନ୍‌ରେ ଖାଦ୍ୟ ବିତରଣ ବୋଲି ଭାବୁଛି।

Leave a Reply

Your email address will not be published. Required fields are marked *