ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ଉପଖଣ୍ଡ ଖେଳ
ପଡ଼ିଆ ରେ ବିକାଶ ଫାଉଣ୍ଡେସନ ଆନୁକୂଲ୍ୟରେ ବାଜିରାଉତ
ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବ
ରେ ମୁଖ୍ୟ ଅତିଥ୍ ଭାବରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ର
ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆଠମଲ୍ଲିକ
ନୋମିନୀ ସନ୍ତୋଷ କୁମାର ହୋତା ଯୋଗ ଦେଇ
କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ । ସଂମ୍ମାନିତ ଅତିଥି ଭାବେ
ଆଠମଲ୍ଲିକ ର ଥାନା ଆଇ ଆଇ ସି ଚିତ୍ତ ରଞ୍ଜନ ବେହେରା, କ୍ରୀଡା ସଂସଦ ସମ୍ପାଦକ ରଞ୍ଜନ କୁମାର ମହାକୁଡ଼, ଜିଲ୍ଲା ବିଜେପି ସମ୍ପାଦକ ଚିତ୍ତ ରଞ୍ଜନ ମେହେର, ବିଜେପି ନେତା ପିନା ପାଣିଗ୍ରାହୀ, ଅବନୀ ପ୍ରଧାନ, ଆଠମଲ୍ଲିକ ବିଜେପି ନଗର ସଭାପତି ଶୈଳବାଳୀ ଅମାନ୍ତ, ମଣ୍ଡଳ ସଭାପତି ଅନ୍ତର୍ଯ୍ୟାମୀ । ମହାକୁଡ଼ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଅତିଥ୍ ମାନଙ୍କ ଦ୍ଵାରା ଉଭୟ ଦଳ ର ଖେଳାଳି ମାନଙ୍କ ସହିତ କର ମର୍ଦନ କରି ଉତ୍ସାହିତ କରିଥିଲେ ।
ଉଦଘାଟନ ମ୍ୟାଚ ଜି ଏଲ ଏଫ୍ ସି ଏବଂ ନଅଗାଁ ମଧ୍ୟରେ ଅନୁଷ୍ଠିତ
ହୋଇଥିବା ବେଳେ ଏଲ ଏଫ ସି ଦଳ ଟାଇ ବ୍ରେକର
ରେ ବିଜୟୀ ହୋଇଥିଲେ । ଅପରାହ୍ନ ରେ ଆଉ ଏକ ମ୍ୟାଚ ରେ
ମୁଖ୍ୟ ଅତିଥି ଭାବେ କ୍ରିମିନାଲ କୋର୍ଟ ବାର ଆସୋସିଏସନ ର
ସଭାପତି ଘନଶ୍ୟାମ ବେହେରା, ସମ୍ପାଦକ ସବ୍ୟସାଚୀ ସିଂ, ବରିଷ୍ଠ
ଆଇନଜୀବି ଅଞ୍ଜନ କୁମାର ପ୍ରଧାନ, ସୁଧାଂଶୁ ଶେଖର ବେହେରା
ପ୍ରମୁଖ ମଞ୍ଚାସିନ ଥିଲେ ।