• Sat. Jun 13th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବାବା ବିଲେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

Spread the love

ଭଦ୍ରକ ବ୍ଲକ ଅଧିନସ୍ତ ଦଇ ସିଂ ସଂଲଗ୍ନ କାଉପୁର ପଂଚାୟତ ର ପାତ୍ରସାହି କେନାଲ ରୋଡ଼ ରେ ବାବା ବିଲେଶ୍ଵର ମହାଦେବଙ୍କ ର ନୂତନ ମନ୍ଦିର ଓ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ପାରମ୍ପରିକ ରୀତିନୀତି ଅନୁସାରେ ନିକଟସ୍ଥ ସାଳନ୍ଦୀ ନଦୀରୁ ମାନସିକ ଧାରି ମହିଳା ମାନେ108 ଘଟ ଉତ୍ତଳନ କରି ବିରାଟ ଶୋଭାଯାତ୍ରା ଆସି ବାବା ଙ୍କ ପୀଠରେ ଘଟ ସ୍ଥାପନ କରି ସାରିବା ପରେ ପୂଜା କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା, ସ୍ଥାନୀୟ ବିଧାୟକ ସିତାଶୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ ,ଶଙ୍ଖ ହୁଳହୁଳି ଶବ୍ଦ ରେ ଚତୁର୍ଦିଗ କମ୍ପି ଉଠିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ,ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ନିଜକୁ ଧନ୍ୟ ମନେକରିବା ସହ ପ୍ରସାଦ ସେବନ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲା

Leave a Reply

Your email address will not be published. Required fields are marked *