• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଷ୍ଟଲରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ମହିଳା ଶିଶୁଙ୍କ ପାଇଁ , ସରକାର ଅନେକ କିଛି କରୁଛନ୍ତି ବେଲି ଶୁଣା ଯାଉଛି । ହେଲେ ସେ ବିକାଶର କାର୍ଯ୍ୟକାରୀ କାହିଁକି ହୋଇ ପାରୁନାହିଁ ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ତେବେ ସୂଚନା ଅନୁସାରେ , ସୋନପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୨ ରେ ଦୀର୍ଘ ବର୍ଷ ହେବ ଏକ ଷ୍ଟଲ୍ ରେ ଚାଲିଛି ଅଗନୱାଡି କେନ୍ଦ୍ର। ନୂତନ ଅଗନୱାଡ଼ି କେନ୍ଦ୍ର କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୨୦୨୧-୨୨ ରୁ ପ୍ରାୟ ୭ ଲକ୍ଷ ବଜେଟ ରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ରେ ଏହି ଅଗନୱାଡି କେନ୍ଦ୍ର କାମ ଆରମ୍ଭ ହୋଇ ଥିଲେ ସୁଧା ଏଯାବତ୍ ପ୍ଲାଷ୍ଟର କାମ,ରଙ୍ଗ କାମ ନ ହୋଇ ପାରି ନାହିଁ । କି କାମ ରେ ଆସୁନି ଏହି ଅଙ୍ଗନୱାଡି କେନ୍ଦ୍ର। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ କୋମଳ ମତି ବାଳକ ବାଳିକା କିପରି ଭାବରେ ଏହି ଛୋଟିଆ ଷ୍ଟଲ୍ ରେ ବିନା ପଙ୍ଖା ରେ ପାଠ ପଢିବେ ସ୍ଥାନୀୟ ବାସିନ୍ଦା ଚିନ୍ତା ରେ ପଡ଼ି କାମ ଶୀଘ୍ର ସମ୍ପୂର୍ଣ ପାଇଁ ଗଣ ମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖି ଛନ୍ତି । ଆଗକୁ ଗ୍ରୀଷ୍ମ ଋତୁ ପ୍ରଭାବରେ ଅଂଶୁଘାତ ର ଆଶଙ୍କା କରି କାର୍ଯ୍ୟରତ ଅଗନୱାଡ଼ି କର୍ମୀ ମଧ୍ୟ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ଏହି ବିଷୟ ରେ ଅବଗତ ପାଇଁ ସ୍ଥାନୀୟ ସମନ୍ୱିତ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକ ସ୍ୱାଇଁ ଙ୍କୁ ଭେଟିବାକୁ ଚେଷ୍ଟା କରିଥିବା ବେଳେ ଅଫିସ କାର୍ଯ୍ୟାଳୟ ରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା କୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ତଥା ଜନ ସାଧାରଣ ତ୍ରିବ ନିନ୍ଦା କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *