• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବାହା ବେଦୀରେ ପହଞ୍ଚିଲେ ପ୍ରେମିକ

Spread the love

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ସେଥିରୁ କିଚି ଚକିତ ମଧ୍ୟ କରେ। ଏହି କ୍ରମରେ ଏବେ ଏକ ବିବାହ ସମୟର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବର ବେଶରେ ସଜେଇ ହୋଇ ଜଣେ ଯୁବକ ବଧୂଙ୍କ ଦ୍ୱାର ନିକଟରେ ପହଞ୍ଚିଛନ୍ତି। ସେ ବହୁତ ଖୁସି ଥିବା ବେଳେ ନାଚୁଛନ୍ତି।ହେଲେ କିଛି ସେକେଣ୍ଡରେ ସେଠାକାର ଦୃଶ୍ୟ ବଦଳି ଯାଉଛି।କାରଣ ବର ନାଚୁଥିବା ବେଳେ କନ୍ୟାଙ୍କ ପ୍ରେମିକ ସେଠାରେ ପହଞ୍ଚି ଯାଉଛନ୍ତି। ସେ ବରଙ୍କୁ କଲାର ଧରି ଘୋଷାଡ଼ି ଆଣି ନିର୍ଧୂମ ଛେଚି ପକାଉଛନ୍ତି। ହଠାତ ସେଠାରେ ଥିବା ଲୋକେ କିଛି ବୁଝିପାରୁନାହାନ୍ତି। ପରେ ପ୍ରେମିକଜଣଙ୍କ ବରଙ୍କ ହାତରେ କିଛି ଟଙ୍କା ଦେଇ ସେଠାରୁ ଚାଲି ଯାଉଛନ୍ତି। ଏହି ଦୃଶ୍ୟକୁ ଯେକେହି ଦେଖୁଛି ହସ ରୋକିପାରୁନାହିଁ। ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଏହାକୁ ଶେୟାର କରାଯାଉଛି। ଲୋକେ ଏଥିରେ ଭଳିକି ଭଳି ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। 

Leave a Reply

Your email address will not be published. Required fields are marked *