କଟକ ଜିଲ୍ଲା,ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ଶାସନ ପଂଚାୟତ ର ଉତ୍ତାମପୁର ଗ୍ରାମର ରାଇମୁନି ସିଂ,ସ୍ୱାମୀ ମଙ୍ଗଲ ସିଂ ଙ୍କ ଆଜି ଦୁଇ ବଖରା ଚାଳଘର ପୋଡ଼ି ଘର ଧାନ,ଚାଉଳ,ବସ୍ତ୍ର ସହିତ ଘରର ସମସ୍ତ ନିତ୍ୟ ବେବହାଯ୍ୟ ଜିନିଷ ପୋଡ଼ି ମାଟିରେ ମିଶିଯାଇଛି,କଟକ ଦମକଳ ବାହିନୀ ଆସିବା ବେଳକୁ ଘର ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି,ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି,ରାଇମୁନି ର ସ୍ୱାମୀ ମଙ୍ଗଲ ସିଂ କିଛି ଦିନ ପୂର୍ବ ରୁ ଆରପାରିକି ଚାଲିଯାଇଛନ୍ତି ,ଏହି ପରିବାର ଅଞ୍ଚଳ ର ସବୁଠାରୁ ଗରୀବ ପରିବାର ଅଟେ,ଘରର ଏକମାତ୍ର ରୋଜଗାରକ୍ଷମ ବିଧବା ମହିଳା ହିଁ ଥିଲା,ପରିବାରର ଛଅ ସଦସ୍ୟ ଙ୍କ ଦାୟିତ୍ୱ ଏହି ଗରୀବ ମହିଳା ଙ୍କ ଉପରେ ନିର୍ଭର କରୁଥିଲା, ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୋହିଣୀ ଭୋଇ ଘଟଣାସ୍ଥଳ ରେ ପଂହଁଚି ଗୁଣ୍ଡିଛି ମୂଷା ପରି କିଛି ଆର୍ଥିକ ସାହାଯ୍ୟ କରିବା ସହିତ ଉପରିସ୍ଥ ସରକାରୀ ପ୍ରଶାସନ ଙ୍କ ସହିତ ଆଲୋଚନା କରି କିଭଳି ଭାବରେ ତୁରନ୍ତ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ ପ୍ରତିଶୃତି ଦେଇଥିଲେ,କୁରାଙ୍ଗ ଶାସନ ପଂଚାୟତ ର ଯୁବ ସମାଜସେବୀ ମହମଦ ସିରାଜ ଉଦିନ ଘଟଣାସ୍ଥଳରେ ପଂହଁଚି ସ୍ଥାନୀୟ RI ସାର ଙ୍କୁ ଏ ବାବଦରେ ଅବଗତ କରାଇ ସେ ଗରୀବ ମହିଳା ଙ୍କୁ ଧର୍ଯ୍ୟ ରହିବାକୁ ଅନୁରୋଧ କରିଥିଲେ