• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚନ୍ଦ୍ରରେ ପାଦଥାପିଲା ନୀଳ ଭୂତ ବା ବ୍ଲୁ ଘୋଷ୍ଟ

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଏପରି ନାଁ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିନ୍ତ । ଏହା କୌଣସି ଭୂତ ପ୍ରେତ ନୁହେଁ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ଦ୍ବାରା ନିର୍ମିତ ଏହା ଏକ ମହାକାଶ ଯାନ । ରବିବାର ଏହି ମହାକାଶ ଯାନ ଚନ୍ଦ୍ରରେ ଅବତରଣ କରାଯାଇଥିବା କୁହାଯାଇଛି ।ଅଜବ ନାମ: ଟେକ୍ସାସସ୍ଥିତ କମ୍ପାନି ଫାୟାରଫ୍ଲାଇ ଏରୋସ୍ପେସ୍ ଏହି ମହାକାଶଯାନକୁ ନିର୍ମାଣ କରିଛି। ପୂର୍ବରୁ ଭାରତ ସମେତ ବିଭିନ୍ନ ଦେଶର ମହାକାଶ ଏଜେନ୍ସି ନିଜ ନିଜର ଲାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରେଇଥିଲେ ବି ପ୍ରଥମ ଥର ପାଇଁ ଏହି ଘରୋଇ କମ୍ପାନି ନିଜ ମହାକାଶ ଯାନକୁ ଚନ୍ଦ୍ର ପୃଷ୍ଠରେ ଛାଡ଼ିଛି । ସୂଚନା ଅନୁସାରେ ଫାୟାରଫ୍ଲାଇ ଏରୋସ୍ପେସର ‘ବ୍ଲୁ ଘୋଷ୍ଟ’ ଲ୍ୟାଣ୍ଡର ଚନ୍ଦ୍ରର କକ୍ଷପଥରୁ ସ୍ୱୟଂଚାଳିତ ଭାବେ ଅବତରଣ କରି ଚନ୍ଦ୍ରର ଉତ୍ତର-ପୂର୍ବ ଦିଗରେ ଥିବା ପ୍ରଭାବ ଅବବାହିକାରେ ଅବସ୍ଥିତ ଏକ ପ୍ରାଚୀନ ଆଗ୍ନେୟଗିରିର ଅବବାହିକାରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖିଛି । କମ୍ପାନିର ମିସନ କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ, ମହାକାଶ ଯାନ ଏବେ ଚନ୍ଦ୍ରରେ ପହଞ୍ଚିସାରିଛି । ଏଥିସହ ଲ୍ୟାଣ୍ଡରର ସ୍ଥିତି ସ୍ଥିର ଥିବା ଜଣାପଡିଛି । ଟେକ୍ସାସସ୍ଥିତ କମ୍ପାନି ଫାୟାରଫ୍ଲାଇ ଏରୋସ୍ପେସ୍ ଏହି ମହାକାଶଯାନକୁ ବିକଶିତ କରିଛି। ପୂର୍ବରୁ ଭାରତ ସମେତ ବିଭିନ୍ନ ଦେଶର ମହାକାଶ ଏଜେନ୍ସି ନିଜ ନିଜର ଲାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ବି ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ଏପରି ସଫଳତା ହାସଲ କରିଛି ।

Leave a Reply

Your email address will not be published. Required fields are marked *