• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କପିକୁ ପ୍ରଧାନଶିକ୍ଷକଙ୍କ ପ୍ରୋତ୍ସାହନ, ଭିଡ଼ିଓ ଭାଇରାଲ୍

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ବୋର୍ଡ ପରୀକ୍ଷାରେ ନିଜ ଝିଅକୁ କପି ଦେଉଛନ୍ତି ଖୋଦ୍ ପ୍ରଧାନଶିକ୍ଷକ। ଝିଅ ପରୀକ୍ଷା ଦେଉଥିବା କୋଠାରୀରେ ପୂର୍ବରୁ ସିସିଟିଭି ମଧ୍ୟ ଲାଗିନାହିଁ। ଯେଉଁ ବିଷୟର ପରୀକ୍ଷା ହେଉଛି, ସେହି ଶିକ୍ଷକଙ୍କୁ ଝିଅଙ୍କୁ କପି ଦେବାକୁ ନିୟୋଜିତ କରଯାଉଛି। ପରୀକ୍ଷା ଦାୟିତ୍ଵରେ ଥିବା ସୁପରିଟେଣ୍ଡେଣ୍ଟ ଏହାକୁ ବିରୋଧ କଲେ ନାଲିଆଖି ଦେଖାଉଛନ୍ତି। ସର୍ବସାଧାରଣରେ ଧମକାଇବା ସହ ଆଗକୁ ତାଙ୍କ ଅଧୀନରେ କାର୍ଯ୍ୟ କରିବାକୁ ଥିବାରୁ ଦେଖିନେବେ ବୋଲି ଖୋଲଖୋଲି କହୁଛନ୍ତି। ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଏପରି କାରନାମା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।
ଭାଇରାଲ୍ ଭିଡ଼ିଓ ଅନୁଯାୟୀ, ଝିଅକୁ କପି ଦେବାକୁ ଅନ୍ୟଜଣେ ଶିକ୍ଷକଙ୍କୁ ସେ ଅନୁରୋଧ କରୁଛନ୍ତି। କପି ତାଙ୍କଠାରୁ କାହିଁକି ଛଡେଇ ନେଲେ ବୋଲି ମଧ୍ୟ ପ୍ରଶ୍ନ କରିବା ସହ 5 ମାର୍କ ପାଇବାରୁ ବଞ୍ଚିତ ହେଲା ବୋଲି କହୁଛନ୍ତି। ସବୁବର୍ଷ କପି ହୁଏ, ଏବର୍ଷ ଆଉ କେଉଁ ନୂଆ କଥାକି ବୋଲି କହୁଛନ୍ତି। ହେଲେ ସୁପରିଟେଣ୍ଡେଣ୍ଟ କୌଣସି ପରିସ୍ଥିତିରେ କପିକୁ ପ୍ରଶ୍ରୟ ଦେବେନାହିଁ କହିବାରୁ ରାଗି ପାଚି ନାଲ୍ ହେବା ସହ ଦେଖିନେବେ ବୋଲି ଧମକ ଦେଇଛନ୍ତି। ସେହିପରି ଅନ୍ୟ ଏକ ଅଡିଓରେ ମଧ୍ୟ କପି ଛାଡିବାକୁ ଚାପ ଦେଉଥିବା ଶୁଣାଯାଉଛି।

ପ୍ରଧାନଶିକ୍ଷକଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ବିଦ୍ୟାଳୟର 4 ଜଣ ଶିକ୍ଷକ ଅନଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କୁ ଭେଟି ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗ କରିବା ପରେ CCTV ଲଗାଯାଇଥିବା ଜଣାପଡିଛି। ଏପରିକି ଶନିବାର ହୋଇଥିବା ପରୀକ୍ଷାରେ ସ୍କ୍ବାଡ୍ କଡ଼ାକଡ଼ି ଯାଞ୍ଚ କରିଛନ୍ତି। ଜଣେ ପରୀକ୍ଷାର୍ଥୀ ଏକ୍ସ ଫେଲ୍ ହୋଇଥିବା ବେଳେ ଜଣେ ପରୀକ୍ଷକଙ୍କୁ ନୋଟିସ୍ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ହେଲେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମେଲ୍ ଯୋଗେ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ବିଭାଗୀୟ ସଚିବ, ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *