ବାରବାଟୀ ମହାଲଢେଇରେ ଦେଖିବାକୁ ମିଳିଛି ଅଧିନାୟକ ତଥା ହିଟମ୍ୟାନଙ୍କ ଉଗ୍ରରୂପ । ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଦଶ ଖେଳାଳି ନିଜ ଧୂଆଁଧାର ବ୍ଯାଟିଂ ବଳରେ ବାରବାଟୀରେ ବିଶାଳ ରେକର୍ଡ ଭାଙ୍ଗି ଦେଇଛନ୍ତି । ପ୍ରକାଶାଥାଉ ଯେ, ଦୀର୍ଘ ଦିନର ବ୍ଯବଧାନ ପରେ ଏବେ ବାରବାଟୀ ଅନ୍ତର୍ଜାତୀୟ କ୍ରିକେଟର ବାସ୍ନାରେ ବାସ୍ନାୟିତ ହୋଇଛି । କୋଟି କୋଟି ଫ୍ଯାନ୍ସ ବାରବାଟୀ ଉପରେ ନଜର ରଖିଥିଲେ । କାରଣ ଭାରତ-ଇଂଲଣ୍ଡ ମଧ୍ଯରେ ଏଠାରେ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯାଉଛି ।ଟସ୍ ଜିତି ପ୍ରଥମେ ବ୍ଯାଟିଂ କରିବା ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦଳ । ଏହି ମ୍ଯାଚକୁ ଜିତିବା ପାଇଁ ଇଂଲଣ୍ଡ ମଧ୍ଯ ଆପ୍ରାଣ ଉଦ୍ଯମ କରିବ । କାରଣ ନାଗପୁର ଦିନିକିଆରେ ଦଳ ପରାସ୍ତର ସ୍ୱାଦ ଚାଖିଛି । ଟିମ୍ ଇଣ୍ଡିଆ ସାମ୍ନାରେ ଇଂଲଣ୍ଡ ମୋଟ ୩୦୫ ରନର ବିଶାଳ ଲକ୍ଷ୍ଯ ରଖିଛି । ସେହିଭଳି ବାରବାଟୀରେ ଟିମ୍ ଇଣ୍ଡିଆ ମ୍ଯାଚ ଜିତି ସିରିଜ ବିଜୟ ଲକ୍ଷ୍ଯରେ ରହିଛି । ଷ୍ଟାର ବ୍ଯାଟର ବିରାଟ କୋହଲି ଓ ହିଟମ୍ଯାନ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ରୋହିତ ବାରବାଟୀ ପିଚରେ ଏକ ବିରାଟ ରେକର୍ଡ ଭାଙ୍ଗିବାର ପାଦ ଦେଶରେ ରହିଛନ୍ତି । ଆଜି ବାରବାଟୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଭାରତୀୟ ଦଳର ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଦ୍ବିତୀୟ ସର୍ବାଧିକ ରନ୍ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ରୋହିତ । ହିଟମ୍ଯାନ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିବା ପରେ ଏ ମହାରେକର୍ଡର ଅଧିକାରୀ ହୋଇଛନ୍ତି ହିଟମ୍ୟାନ । ବାରବାଟୀରେ ୫୦ ରନ କରି ରୋହିତ ତାଲିକାରେ ଓପନର ଭାବରେ ସର୍ବାଧିକ ରନ କରିବାରେ ଦ୍ବିତୀୟରେ ରହିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ଦିନିକିଆ ମ୍ୟାଚ ତାଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଓପନର ଭାବେ ବୀରେନ୍ଦ୍ର ସେହଓ୍ବାଗ ସର୍ବାଧିକ ରନ କରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୩୨୧ ମ୍ୟାଚରେ ୪୧.୯୦ ହାରରେ ୧୫୭୫୮ରନ କରିଛନ୍ତି । ସେହିପରି ତେନ୍ଦୁଲକର ୩୪୬ ମ୍ୟାଚରେ ୪୮.୦୬ହାରରେ ୧୫୩୩୫ ରନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ୩୪୨ ମ୍ୟାଚରେ ୪୫.୨୨ ହାରରେ ୧୫୨୮୫ ରନ କରି ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚରେ ସେ ୫୦ ରନ ଯଦି କରି ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ରନ୍ କରିବା ତାଲିକାର ଅଷ୍ଟମ ସ୍ଥାନରେ ଥିଲେ ରୋହିତ । ସନଥ ଜୟସୁରିଆ ଶୀର୍ଷରେ ଅଛନ୍ତି, ତାଙ୍କ ପରେ କ୍ରିସ୍ ଗେଲ୍, ଡେଭିଡ୍ ୱାର୍ଣ୍ଣର, ଗ୍ରେମ୍ ସ୍ମିଥ୍, ଡେସମଣ୍ଡ ହେନ୍ସ, ସେହୱାଗ ଏବଂ ତେନ୍ଦୁଲକର ରହିଛନ୍ତି । ନାଗପୁରରେ ଜନ୍ମଗ୍ରହଣ କରିଥିବା ରୋହିତ ୧୭୯ଟି ଦିନିକିଆ ମ୍ୟାଚ୍ରେ ୫୫.୨୩ ହାରରେ ୮୮୩୮ ରନ୍ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଓପନର ଭାବରେ ୨୭୯୭ ରନ ଏବଂ ଟି-୨୦ରେ ୩୭୫୦ ରନ ମଧ୍ୟ କରିଛନ୍ତି। ମୋଟ ୩୪୨ ମ୍ୟାଚ୍ ଖେଳି ୧୫୨୫୮ ରନ୍ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକା: ସନଥ ଜୟସୁରିଆ – ୫୦୬ ମ୍ୟାଚ୍ରୁ ୧୯୨୯୮ ରନ୍, କ୍ରିସ୍ ଗେଲ୍ – ୪୪୧ ମ୍ୟାଚ୍ରୁ ୧୮୮୬୭ ରନ, ଡେଭିଡ୍ ୱାର୍ଣ୍ଣର – ୩୭୪ ମ୍ୟାଚ୍ରୁ ୧୮୭୪୪ ରନ, ଗ୍ରାଏମ ସ୍ମିଥ – ୩୪୨ ମ୍ୟାଚ୍ରୁ ୧୬୯୫୦ ରନ୍,ଡେସମଣ୍ଡ ହେନ୍ସ – ୩୫୪ ମ୍ୟାଚ୍ ରୁ ୧୬୧୨୦ ରନ୍,ବୀରେନ୍ଦ୍ର ସେହୱାଗ – ୩୩୨ ମ୍ୟାଚ୍ରୁ ୧୬୧୧୯ ରନ୍, ସଚିନ ତେନ୍ଦୁଲକର – ୩୪୬ ମ୍ୟାଚ୍ରୁ ୧୫୩୩୫ ରନ୍,ରୋହିତ ଶର୍ମା – ୩୪୨ ମ୍ୟାଚ୍ରୁ ୧୫୨୮୫ ରନ୍ । ଟିମ୍ ଇଣ୍ଡିଆ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଓ ମହମ୍ମଦ ଶାମି ।