• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମେଡିକାଲ ରେ ମାଲିକ ହାତୀ ଆଖିରେ ଲୁହ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଜି କାଲି ସମୟରେ ମଣିଷ ଅପେକ୍ଷା ପଶୁ ପକ୍ଷୀଙ୍କ ପ୍ରେମରେ ସତ୍ୟତା ବେଶ୍ ଦେଖିବାକୁ ମିଳୁଥିବା ବେଳେ ଏବେ ସୋସିଆଲ ମିଡ଼ିଆ ରେ ଏହି ପଶୁ ପକ୍ଷୀ ଙ୍କୁ ନେଇ ଭିଡିଓ ଭାଇ ରାଲ ହେବାରେ ଲାଗିଛି । ଠିକ୍ ସେହି ଭଳି ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଙ୍କ ହୃଦୟ ମଧ୍ୟ ପ୍ରେମରେ ଭରି ଉଠିବ । ସମ୍ପ୍ରତି ହାତୀ ଓ ତାର ମାଲିକଙ୍କ ମିଳନର ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି ହସ୍ପିଟାଲ ଦ୍ବାର ପାଖରେ ଏକ ହାତୀ ଛିଡ଼ା ହୋଇଛି। ଯେମିତି ହିଁ ହାତୀକୁ ଭିତରକୁ ଅଣାଯାଉଛି ସେ ଖୁବ ସାବଧାନତା ସହ ତାର ମାଲିକ ପାଖକୁ ଯାଉଛି। ହାତୀର ମାଲିକ ଅସୁସ୍ଥ ହୋଇ ହସ୍ପିଟାଲ ବିଛଣାରେ ପଡ଼ି ରହିଛନ୍ତି।ମାଲିକ ଭର୍ତ୍ତି ହୋଇଥିବା ହସ୍ପିଟାଲ କୋଠରିର ଉଚ୍ଚତା କମ ଥିଲା। ତେଣୁ ହାତୀ ଧୀରେଧୀରେ ମୁଣ୍ଡ ତଳକୁ କରି କୋଠରି ଭିତରେ ପଶି ବସି ପଡ଼ିଥିଲା। ଆଉ ହସ୍ପିଟାଲ ବିଛଣାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ମାଲିକଙ୍କ ଆଡକୁ ଶୁଣ୍ଢ ବଢ଼ାଇ ସ୍ପର୍ଶ କରିବାକୁ ଚେଷ୍ଟା କରୁଛି। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଯିଏବି ଉପସ୍ଥିତ ଥିଲେ ସମସ୍ତ ଆଖିରେ ଲୁହ ଜକେଇ ଆସିଥିଲା।’ ଏହି ଭିଡିଓ ଏହା ପ୍ରମାଣ କରୁଛି ଯେ ହାତୀ କେବଳ ବିଶାଳ ଜୀବ ନୁହେଁ ତା ଭିତରେ ବି ଭାବନା ଭରି ରହିଛି। ସେ ମାଲିକର କଷ୍ଟ ଅବସ୍ଥାକୁ ଦେଖି ବିଚଳିତ ହୋଇପଡ଼ୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

Leave a Reply

Your email address will not be published. Required fields are marked *