• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମନମୁଣ୍ଡା_ପୋଲିସ_ନାଁରେ_ସଂଗୀନ_ଅଭିଯୋଗ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବେନିୟମ କାମକୁ ନେଇ କାଠଗଡାରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଥାନା ପୋଲିସ । ପୂର୍ବରୁ ଗଞ୍ଜେଇ ମାମଲାରେ ଜବତ ହୋଇଥିବା ଗାଡିକୁ ପୋଲିସ ବ୍ୟବହାର କରୁଥିବା ନେଇ ଆସିଛି ସଂଗୀନ ଅଭିଯୋଗ । କେବଳ ସେତିକି ନୁହେଁ ଗାଡିର ନମ୍ବର ପ୍ଲେଟରେ ଷ୍ଟିକର ମାରି ବ୍ୟବହାର କରାଯାଉଛି। ଜାନୁଆରୀ ୯ରେ ଶାରଧାପାଲି ଗାଁ ନିକଟରୁ ଗଞ୍ଜେଇ ସହିତ ଜବତ ହୋଇଥିଲା ପିକଅପ୍ ଭ୍ୟାନ୍। ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ ଟିଲାଟିଙ୍ଗା ଗ୍ରାମ ନିକଟରୁ ୫ କ୍ବିଣ୍ଟାଲ ଗଂଜେଇ ଜବତ କରିଥିଲା ସେହି ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବା ପରେ ଜବତ କରି ଥାନାକୁ ଆଣି କାଗଜପତ୍ର କରା ଯାଇଥିଲା lଜବତ୍ ଗଞ୍ଜେଇକୁ କଣ୍ଟାମାଳ କୋର୍ଟରେ ପ୍ରଦର୍ଶନ ପାଇଁ ନେବା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । କଣ୍ଟାମାଳ କୋର୍ଟକୁ ପ୍ରଦର୍ଶନ ପାଇଁ ଗଂଜେଇ ଯେଉଁ ଗାଡ଼ିରେ ପରିବହନ କରାଯାଇଛି ତାହା ପୋଲିସ୍ ଗାଡି କିମ୍ବା କୌଣସି ଭଡା ଗାଡ଼ିରେ ପରିବହନ କରାନଯାଇ ଗଂଜେଇ ଚାଲାଣ ମାମଲାରେ ଗତ ଜାନୁଆରୀ ୯ ତାରିଖ ଦିନ ଶରଧାପାଲି ଗାଁ ନିକଟରୁ ଜବତ ହୋଇଥିବା ପିକଅପ ଭ୍ୟାନ OD 03 Y 3984 ଗାଡ଼ି ରେ ପରିବହନ କରୁଥିବା ଦେଖିବାକୁ ମିଳିଛି l ଏଥିସହିତ ଜବତ ଗାଡ଼ିର ଆଗ ଓ ପଛରେ ଥିବା ନମ୍ବର୍ ପ୍ଲେଟରେ ଷ୍ଟିକର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । ସେହି ଗାଡ଼ିରେ ଜଣେ ଶ୍ରମିକଙ୍କୁ ଗାଡ଼ି ଡାଲାରେ ଗଞ୍ଜେଇ ବସ୍ତା ଉପରେ ଅତି ବିପଦଜନକ ଅବସ୍ଥାରେ ବସାଇ ନେଉଥିବା ଦେଖିବାକୁ ମିଳିଛି l ତେବେ ପୋଲିସ କିଭଳି ବେନିୟମ ଭାବେ ଖୁଲମଖୁଲା ଜବତ ଗାଡ଼ିକୁ ବ୍ୟବହାର କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *