ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟିର ୧୧ଜଣକୁ ନୂତନ ଭାବେ ମଣ୍ଡଳ ସଭାପତି ଦାୟିତ୍ଵ ମିଳିଛି। ଏମାନଙ୍କ ମଧ୍ୟରୁ ଜଗତପୁର ୪୯ନଂ ୱାର୍ଡରେ ଶକ୍ତିକେନ୍ଦ୍ର ପ୍ରମୁଖ ଦାୟିତ୍ୱରେ ଥିବା ପ୍ରସାର ଜ୍ୟୋତି କୁମାରଙ୍କୁ ମହାନଦୀ ମଣ୍ଡଳ ସଭାପତି ଭାବେ ପକ୍ଷରୁ ନିଯୁକ୍ତି ମିଳିଛି। ଏନେଇ ଜଗତପୁର ସ୍ଥିତ ପାର୍ଟି ଅଫିସରେ ଭାଜପା କର୍ମକର୍ତ୍ତାଙ୍କ ପକ୍ଷରୁ ମଣ୍ଡଳ ସଭାପତି ପ୍ରସାର ଜ୍ୟୋତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୫ଗୋଟି ୱାର୍ଡ ପାଇଁ ପ୍ରସାର ଜ୍ୟୋତିଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି ଦଳ। ସରକାରଙ୍କ ପ୍ରତିଟି ଯୋଜନାକୁ ସେ ଘରେ ଘରେ ପହଞ୍ଚାଇବା ସହିତ ତୃଣମୂଳ ସ୍ତରରୁ କର୍ମୀ ମାନଙ୍କୁ ଏକଜୁଟ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଥିସହ ଚୌଦ୍ଵାର-କଟକର ବରିଷ୍ଠ ଭାଜପା ନେତା ନୟନ କିଶୋର ମହାନ୍ତିଙ୍କୁ ପ୍ରସାର ଜ୍ୟୋତି ଧନ୍ୟବାଦ୍ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବାଙ୍ଗାଲି ହେମ୍ବ୍ରମ,ମନମୋହନ ଉପାଧ୍ୟାୟ,ନିବାସ ରାଉତ,କାହ୍ନୁ ଚରଣ ମହାନ୍ତି,ଗୋବିନ୍ଦ ଦାସ,ବିରାଟ ରାଉତ,ଇଂ ପବିତ୍ର ମୋହନ ସ୍ବାଇଁ,ଶତୃଘ୍ନ ବିଶ୍ଵାଳ,ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ,ୟାନସୁ ସିଂ,ବିଷ୍ଣୁ ପ୍ରସାଦ ସାହୁ,ସୁଶିଲ କୁମାର ବେହେରା,ଶୁଭମ୍ ମହାରଣା,କୁନାଲ କୁମାର, ପ୍ରେମସିଲା ଦେବି,ରନ୍ତା ଗୁପ୍ତା,ଚନ୍ଦା ଦେବି,ମୁନି ଦେବି,ପିଙ୍କି ଦେବି,ହରପ୍ରିୟା ସ୍ବାଇଁ ଓ ସସ୍ମିତା ଦେବି ପ୍ରମୁଖ ଉପସ୍ଥିତ ରହି ନବନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।