• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମହିଳାମାନଙ୍କୁ ନିଜର ଯତ୍ନ ନେବାକୁ ଅନୁରୋଧ କଲେ ନୀତା ଅମ୍ବାନୀ

Spread the love

ଆନ୍ତର୍ଜାତୀୟ ମହିଳା ଦିବସରେ ନୀତା ତାଙ୍କ ଫିଟନେସକୁ ନେଇ ଆଲୋଚନା କରିବା ସହିତ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଫିଟନେଟ ଚର୍ଚ୍ଚାରେ ରହିଆସିଛି। ଆନ୍ତର୍ଜାତୀୟ ମହିଳା ଦିବସରେ ସେ ତାଙ୍କ ଫିଟନେସକୁ ନେଇ ଆଲୋଚନା କରିବା ସହିତ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ।

ନୀତା ଅମ୍ବାନୀ କହିଛନ୍ତି, “ମହିଳାମାନେ ପ୍ରାୟତଃ ପରିବାରକୁ ଗୁରୁତ୍ବ ଦେଇ ଧୀରେଧୀରେ ସେମାନେ ନିଜର ଶରୀରକୁ ଅବହେଳା କରି ଚାଲନ୍ତି। କିନ୍ତୁ ବାସ୍ତବ କଥାା ହେଉଛି, ଯଦି ଆମେ ନିଜର ଯତ୍ନ ନ ନେବା ତେବେ କିଏ ନେବ?”
୫୦ ଏବଂ ୬୦ ବର୍ଷ ବୟସରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ୩୦ ବର୍ଷ ବୟସ ପରେ ପ୍ରତି ଦଶନ୍ଧିରେ ମହିଳାଙ୍କ ମାଂସପେଶୀ ୩ ରୁ ୮ ପ୍ରତିଶତ ହ୍ରାସ ପାଇବା ଆରମ୍ଭ କରେ। ସମୟ ସହିତ ଆମ ଶରୀରରେ ଅନେକ ପରିବର୍ତ୍ତନ ଆସେ। ଆମର ମାଂସପେଶୀ, ହାଡ଼ର ଶକ୍ତି, ସନ୍ତୁଳନ, ଗତିଶୀଳତା ଏବଂ ଶକ୍ତି ହ୍ରାସ ପାଇବାକୁ ଲାଗେ।

ମୁଁ ସପ୍ତାହରେ ୫ରୁ୬ ଦିନ ବ୍ୟାୟାମ କରେ। କେତେବେଳେ କେମିତି ପହଁରିବା ସହିତ ପାଣିରେ ବ୍ୟାୟାମ ମଧ୍ୟ କରିଥାଏ। ଯାତ୍ରା ସମୟରେ ବ୍ୟାୟାମ କରି ନପାରିଲେ ମୁଁ ଚାଲିବାକୁ ପସନ୍ଦ କରେ। ଅତିକମରେ ୩୦ ମିନିଟ ଚାଲିଥାଏ। ମୁଁ ୫ ରୁ ୭ ହଜାର ପାଦ ଚାଲେ । ମୋର ଖାଦ୍ୟ ସନ୍ତୁଳିତ । ବ୍ୟାୟାମ ମୋତେ ସାରା ଦିନ ସକାରାତ୍ମକ ରଖେ।

ମୋର ପ୍ରତିଟି ମହିଳାଙ୍କୁ ଅନୁରୋଧ ନିଜ ପାଇଁ ସମୟ ବାହାର କରନ୍ତୁ ନିଜକୁ ପ୍ରାଥମିକତା ଦିଅନ୍ତୁ। ନିଜ ପାଇଁ ଆଗକୁ ବଢ଼ନ୍ତୁ। ଏହା କଷ୍ଟକର ନୁହେଁ । ସପ୍ତାହରେ ଚାରି ଦିନ ଦିନକୁ ମାତ୍ର ୩୦ ମିନିଟ୍ ବ୍ୟାୟାମ କରନ୍ତୁ। ଏହାର ଫଳାଫଳ କ’ଣ ଆପଣ ନିଶ୍ଚୟ ଅନୁଭବ କରି ପାରିବେ।’

Leave a Reply

Your email address will not be published. Required fields are marked *