• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସ୍ବେଛାସେବୀ ଅନୁଷ୍ଠାନ “କାଷ୍ଟ” ଏବଂ “ଜୟ ମହାବୀର ଯୁବକ ସଂଘ” ର ମିଳିତ ଆନୁକୂଲ୍ୟରେ ଆଜି ପାଟରା ସାହି ସ୍ଥିତ ବିଜୟା ହୋଟେଲ ସମ୍ମୁଖ ରେ ଥିବା ଗୁଜୁରାଟୀ ପଡିଆ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି l “କାଷ୍ଟ” ର ସମ୍ପାଦକ ସୁଧୀର କୁମାର ରାଉତ ଏବଂ ଜୟ ମହାବୀର ଯୁବକ ସଙ୍ଘ ର ସଦସ୍ୟ ଶ୍ରୀ ବିବେକାନନ୍ଦ ସାହୁ, ସଦାଶିବ ବାରିକ ଓ ମନୋଜ ଚୋଧୁରୀ ଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ବାରବାଟୀ କଟକ ର ବିଧାୟିକା ସୋଫିଆ ଫିର୍ଦୋଷ ମୁଖ୍ୟ ଅତିଥିବାବେ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, କ୍ଷୀରୋଦ ରାଉତ, ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସୁରେଶ ମହାପlତ୍ର, 39 ନମ୍ବର ୱାର୍ଡ ର କର୍ପୋରେଟର ଶ୍ରୀ ବଟକୃଷ୍ଣ ସାହୁ, 41 ନମ୍ବର ୱାର୍ଡ ର କର୍ପୋରେଟର ସ୍ବର୍ଣ୍ଣପ୍ରଭା ପଶlୟତ, କର୍ପୋରେଟର ସୁବ୍ରତ ଘଡେଇ, ଯୁବ ନେତା ଜିନେଶ ଦାସ, ଆଇନଜୀବୀ ଅମୀୟ ବିଶ୍ୱାଳ, କଲେଜ ଛକ ପୂଜା ପ୍ରତିଷ୍ଠାନ ର ସଭାପତି ଶ୍ରୀ ଲୋକନାଥ ଲେଙ୍କା, ଯୋବ୍ରା ଦୁର୍ଗାପୂଜା କମିଟି ର ପୂର୍ବତନ ସମ୍ପାଦକ ସଂଗ୍ରାମ କେଶରୀ ରାଉତରାୟ, ରଞ୍ଜିତା ନାୟକ, ତପନ ମିଶ୍ର, ଦିଲୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l ସେହିପରି ସାହି ମୁରବି ବିଷ୍ଣୁ ଚରଣ ସାହୁ, ସୁରେନ୍ଦ୍ରନାଥ ଦାସ, ଅକ୍ଷୟ ସାହୁ, ଶ୍ରୀଧର ରାୟ, ଜଗନ୍ନାଥ ସାହୁ, ଜଗନ୍ନାଥ ଲେଙ୍କା, ଦେବାନନ୍ଦ ବାରିକ, ଅମିତ କୁମାର ପାତ୍ର, ଅଶୋକ କୁମାର ଦାସ, ଚନ୍ଦ୍ର ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରି ଏହି ମହତ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ l ଡ଼କ୍ଟର ଉମେଶ ରାୟ, ଡ଼କ୍ଟର ଅଜିତ ପ୍ରସାଦ ଜେନା, ଡ଼କ୍ଟର ମାନସ ରଞ୍ଜନ ପୁହାଣ, ଡ଼କ୍ଟର ଜ୍ୟୋତି ପ୍ରକାଶ ସାହୁ, ଡ଼କ୍ଟର ସିମନ୍ତ ଦାସ, ଡ଼କ୍ଟର ପ୍ରଦୀପ୍ତ ନାୟକ, ଡ଼କ୍ଟର ଅମରେଶ ମହାପାତ୍ର, ଡ଼କ୍ଟର ସଦାନନ୍ଦ ହୋତା, ପ୍ରମୁଖ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ର ପରୀକ୍ଷା କରିଥିଲେ l ରୋଗୀ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ ରେ ରାଜୀବ ଲୋଚନ ଧର, ଦେବାଶିଷ ଦାସ, ପବିତ୍ର ମୋହନ ନାୟକ ପ୍ରମୁଖ ସହଯୋଗ କରିଥିଲେ l କାଷ୍ଟ ପକ୍ଷରୁ ଗୌରାଙ୍ଗ ସାହୁ, ବିନ୍ଦୁଲତା ପଟ୍ଟନାୟକ, ମାନସ ରଞ୍ଜନ ସେଠି, ସୁଜାତା ସାହୁ, କ୍ରିଷ୍ଣା ମହାପାତ୍ର, ପ୍ରମୁଖ ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *