• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାଡ଼ି ଆସିବ ବନ୍ୟା ଆଜିଠୁ ସାଙ୍ଘାତିକ ଝଡ଼ ହାଇଆଲର୍ଟ ରେ ଓଡିଶା

ByOdishri Khabar

Jul 24, 2025
Spread the love

ଆଜି ବଙ୍ଗୋପସାଗରରେ ଲଘୁଚାପ ଆଜି କେମିତି ରହିବ ପାଣିପାଗ? କେଉଁ କେଉଁ ଅଞ୍ଚଳରେ ବର୍ଷା ହେବ? କେଉଁ କେଉଁ ଜିଳ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା? ଲଘୁଚାପର ପ୍ରଭାବ କେଉଁ କେଉଁ ଜିଲ୍ଲା ଉପରେ ପଡ଼ିବ? ଆସନ୍ତୁ ଜାଣିବା. ଆଜିଠାରୁ ଭୟଙ୍କର ବର୍ଷା ନିର୍ଦ୍ଧୁମ ବର୍ଷିବ । ଏହି ଜିଲ୍ଲାବାସୀ ହୋଇଯାଆନ୍ତୁ ସତର୍କ । ଆଜି ଠୁ ବର୍ଷାରେ ଲାଗିବ ନାହିଁ ବ୍ରେକ । ହେବ ଭୀଷଣ ବର୍ଷା ସମସ୍ତେ ହେବେ ଭୟରେ ଛାନିଆ । ବାତ୍ୟା ନୁହେଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପଶ୍ଚିମ କେନ୍ଦ୍ର ଓ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବ। ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ଆଜି ଓ କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିବାର ସମ୍ଭାବନା ରହିଛି। ଆଜି ପାଇଁ କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ଗଜପତି, କେନ୍ଦୁଝର, ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେବ। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉପକୂଳ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ପବନ ସହ ବିଜୁଳି, ଘଡଘଡି ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମୟୁରଭଞ୍ଜ, କେନ୍ଦୁଝରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ସେହିପରି ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଭଦ୍ରକ, ଜଗତସିଂହପୁର, ଅନୁଗୁଳ, ବାଲେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖରେବି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଝାରସୁଗୁଡା, ବରଗଡ, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ତାସହ ସବୁ ଜିଲ୍ଲାରେ ବିଜୁଳି ଘଡଘଡି ୩୦ରୁ ୪୦ କିଲୋମିଟର ବେଗର ଝଟକା ପବନ ବି ବହିବ। ୨୭ ତାରିଖରେ ବର୍ଷା ଜାରି ରହିବ।ଅତି ପ୍ରବଳ ବର୍ଷା ନେଇ ଏହି ଦୁଇ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ଓ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *