• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମୋବାଇଲ୍ କୁ ନେଇ ଆସିଲା ବଡ ତଥ୍ୟ

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ବଦଳୁଥିବା ସମୟ ସହିତ ଓଡ଼ିଶାରେ ବଢିଚାଲିଛି ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା। ୨୦୧୨-୨୦୨୪ ମଧ୍ୟରେ ଗ୍ରାମାଞ୍ଚଳରେ ଟେଲିକମ ସେବାକୁ ଦୃଢ଼ୀକରଣ କ୍ଷେତ୍ରରେ ଓଡ଼ିଶା ବଡ଼ ସଫଳତା ପାଇଛି। ଏହି ଅବଧିରେ ଗ୍ରାମାଞ୍ଚଳ ଟେଲିକମ ଉପଭୋକ୍ତାଙ୍କ ସଂଖ୍ୟା 99.9% ଛୁଇଁଛି। ଏ କ୍ଷେତ୍ରରେ ବିହାର ପରେ ଓଡ଼ିଶା ସାରା ଦେଶରେ ଦ୍ଵିତୀୟ ସ୍ଥାନରେ ଥିବା ଭାରତୀୟ ଟେଲିକମ ନିୟାମକ (ଟ୍ରାଇ) ପକ୍ଷରୁ ସୂଚନା ମିଳିଛି।ଟ୍ରାଇ ମୁତ ମୁତାବକ, ୨୦୧୨ ମାର୍ଚ୍ଚରେ ଓଡ଼ିଶାରେ ୨.୭ କୋଟି ଟେଲିକମ୍‌ ଉପଭୋକ୍ତା ରହିଥିଲେ। ଏହା ମାର୍ଚ୍ଚ ୨୦୨୪ରେ ୩.୪ କୋଟିକୁ ବୃଦ୍ଧି ହୋଇଛି। ଏହା ମଧ୍ୟରୁ ୯୮.୫% ଓୟାରଲେସ ସବସ୍କ୍ରାଇବର ଅଛନ୍ତି। ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟରେ ଟେଲିକମ ସାନ୍ଦ୍ରତା ୭୭% ରହିଛି। ଏହା ଜାତୀୟ ସ୍ତରରେ ୮୫.୭%। ଏହି ଅବଧିରେ ଟେଲିକମ ସାନ୍ଦ୍ରତା ୨୭% ବଢ଼ିଛି। ଏହା ପୂର୍ବରୁ ୩୫.୨% ରହିଥିବା ବେଳେ ୬୨.୨%କୁ ବଢ଼ିଛି। ଏହା ବାର୍ଷିକ ୪.୯% ହାରରେ ବଢୁଛି। ଏ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହଛି। ୧୧.୯% ସହ କେରଳ ପ୍ରଥମ ସ୍ଥାନରେ ଥିବା ବେଳେ ୫.୪% ସହ ଆନ୍ଧ୍ର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶା ପ୍ରାୟ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବାରୁ ଟେଲିକମ ସେବାର ଦୃଢ଼ୀକରଣ ଜରୁରୀ ସ୍ଥିତିରେ ଟେଲିକମ ସେବା ଦ୍ବାରା ସୂଚନା ପହଞ୍ଚାଇବା, ରିଲିଫ ପାଇଁ ଯୋଗାଯୋଗ ତ୍ୱରାନ୍ବିତ କରିବାରେ ମଧ୍ୟ ବିଶେଷ ସହାୟକ ହେଉଛି। ଏହା ଗ୍ରାମାଞ୍ଚଳ ଗୋଷ୍ଠୀ ବିକାଶରେ ଯୋଗଦାନ ଦେଉଛି। ୨୦୧୬ ବେଳକୁ ରାଜ୍ୟରେ ୮୩ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ରହିଥିଲେ। ୨୦୨୪ ମାର୍ଚ୍ଚରେ ଏହା ୨.୪୬ କୋଟିକୁ ବୃଦ୍ଧି ହୋଇଥିଲା। ପ୍ରତି ୧୦୦ ଜନସଂଖ୍ୟାରେ ଇଣ୍ଟରନେଟ ସବ୍‌କ୍ସାଇବରଙ୍କ ସଂଖ୍ୟା ୨.୬ ଗୁଣ ବୃଦ୍ଧି ହୋଇ ୧୯.୫ରୁ ୫୧ ଛୁଇଁଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ସାରା ଦେଶ ତୁଳନାରେ ଏ କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି। ସାରା ଦେଶରେ ଏହି ହାର ରହିଛି ୬୩.୫% । ଫିନଟେକ ଏବଂ ଏଡ୍‌ଟେକ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଏହି କ୍ଷେତ୍ରକୁ ଆହୁରି ଦୃଢ଼ୀକରଣ କରିବାର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ବ୍ରଡବ୍ୟାଣ୍ଡ୍ ସେବା, ୱାଇଫାଇ ହଟ୍‌ଟ୍ସଟ, ଫାଇବର ଟୁ ଦି ହୋମ୍ (ଏଫ୍‌ଟିଟିଏଚ) କନେକ୍ସନ, ଲିଜ୍ ଲାଇନ, ଡାର୍କ ଫାଇବର, ମୋବାଇଲ ଟାୱାର ଗୁଡିକୁ ବ୍ଲାକହଲ୍ କନେକ୍ଟିଭିଟି ଯୋଗାଣ ଦିଗରେ ଭାରତ ନେଟ୍ ଭିତ୍ତିଭୂମି ସ୍ଥାପନ କରିବା ସହ ଏହାର ପରିଚାଳନା କରୁଛି। ଭାରତ ନେଟ୍ ମିଶନ ଦ୍ଵାରା ଟେଲିକମ ସେବା ଯୋଗାଣକାରୀ (ଟିଏସ୍‌ପି) ଏବଂ ଇଣ୍ଟରନେଟ ସେବା ଯୋଗାଣକାରୀ (ଆଇଏସ୍‌ପି) ଗ୍ରାମାଞ୍ଚଳରେ ଇଣ୍ଟରନେଟ ସେବା ଦୃଢ଼ୀକରଣ ଦିଗରେ କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *